ପ୍ରଚୁର ପରିମାଣରେ କିରାସିନି ଅଛି, ୮ଟି ମୋବାଇଲ୍‌ ଟ୍ୟାଙ୍କର ଯୋଗେ ତୈଳ ବିତରଣ କରାଯାଉଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ର ପ୍ରଭାବରେ ଉପକୂଳ ଓଡ଼ିଶରେ ୨୩୪ଟି ପେଟ୍ରୋଲ ପମ୍ପ ପ୍ରଭାବିତ ହୋଇଥିବା ବେଳେ ଏଯାଏଁ ୨୩୨ଟି କାର୍ଯ୍ୟକ୍ଷମ ହୋଇପାରିଛି। କଟକ ଓ ପୁରୀ ଅଞ୍ଚଳରେ ପେଟ୍ରୋଲ, ଡିଜେଲ ଓ ଏଲ୍‌ପିଜି ଯୋଗାଣର ସ୍ଥିତି ସମୀକ୍ଷା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୮ଟି ମୋବାଇଲ୍‌ ଟ୍ୟାଙ୍କର ଯୋଗେ ତୈଳ ବିତରଣ କରାଯାଉଛି।

କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି, ପ୍ରଚୁର ପରିମାଣରେ କିରାସିନି ରଖାଯାଇଛି। ସରକାର ଚାହିଁଲେ ଏହାକୁ ନେଇପାରିବେ। ବାତ୍ୟା ପ୍ରଭାବିତ ପୀଡ଼ିଙ୍କୁ ରିଲିଫ୍‌ ଆକାରରେ ଏହି କିରାସିନି ବଣ୍ଟନ କରିପାରିବେ। ପେଟ୍ରୋଲ ପମ୍ପରେ ଅନଲାଇନ୍‌ କାରବାର ଖୁବ ଶୀଘ୍ର ସ୍ୱାଭାବିକ ହୋଇ ଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି। ଭୁବନେଶ୍ୱରରେ ୯୫ ପ୍ରତିଶତ ପେଟ୍ରୋଲ ପମ୍ପ ଖୋଲା ରଖାଯାଇଛି।

ସମ୍ବନ୍ଧିତ ଖବର