ଭୁବନେଶ୍ବର/କେସିଙ୍ଗା/ବାଙ୍କୀ/ଜଳେଶ୍ବର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାର ତଦନ୍ତକୁ ଜୋରଦାର କରିଛି। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଆଜି ଇଡି ଗିରଫ କରିଥିବା ଜଣାଯାଇଛି। ଅର୍ଚ୍ଚନାଙ୍କ ସହ ଖଗେଶ୍ୱରଙ୍କ ଏକାଧିକ ବ୍ୟାଙ୍କ ଟ୍ରାଞ୍ଜାକସନ ଲିଙ୍କ୍ ଥିବା ଜାଣିବା ପରେ ଇଡି ତାଙ୍କୁ ଗିରଫ କରିଛି। ଗତକାଲି ଇଡି ପକ୍ଷରୁ ଖଗେଶ୍ୱରଙ୍କ ସୋରୁମ୍ ଓ ଘରେ ଚଢ଼ାଉ କରାଯାଇଥିଲା।
/sambad/media/post_attachments/wp-content/uploads/2022/11/Untitled-14.png)
ସୂଚନାଯୋଗ୍ୟ, କମିସନରେଟ ପୁଲିସ ଆଖିରେ ଧୂଳି ଦେଇ ବୁଲୁଥିବା ଖଗେଶ୍ବରଙ୍କୁ ଇଡି ଗତକାଲି ଉଠାଇ ନେଇ ଏକ ଗୁପ୍ତ ସ୍ଥାନରେ ରଖି ମାରାଥନ ଜେରା କରୁଥିଲା। ଜଗବନ୍ଧୁ ବିଭିନ୍ନ ସମୟରେ ଖଗେଶ୍ବରଙ୍କ ସହିତ କଥାବାର୍ତ୍ତା ହେବା, ଦୁହେଁ ଗୋଟିଏ ପ୍ଲଟରେ ଘର କରିଥିବା ଆଦି କାରଣରୁ ଇଡି ଅଧିକାରୀଙ୍କ ମନରେ ସହେନ୍ଦ ସୃଷ୍ଟି ହୋଇଥିଲା। ତଦନ୍ତବେଳେ ସେ ଇଡିର ଅଧିକାରୀଙ୍କୁ ସହଯୋଗ କରି ନ ଥିଲେ ଖଗେଶ୍ବର। ଯେଉଁ କାରଣରୁ ତାଙ୍କୁ ପଚରା ଉଚରା କରିବାକୁ ଇଡି କାର୍ଯ୍ୟାଳୟକୁ ଅଣାଯାଇଥିଲା। ଆବଶ୍ୟକ ହେଲେ ତାଙ୍କୁ ଗିରଫ ମଧ୍ୟ କରାଯାଇ ପାରେ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଥିଲା।
ସେହିପରି ଗୁରୁବାର ଦିନ ଇଡି ଅଧିକାରୀମାନେ ଅର୍ଚ୍ଚନାଙ୍କ ଭୁବନେଶ୍ବର ସତ୍ୟବିହାର ସ୍ଥିତ ଘର, ସୁପ୍ରିମ କାର ବଜାର, କଳାହାଣ୍ଡି କେସିଙ୍ଗାରେ ଥିବା ଅର୍ଚ୍ଚନାଙ୍କ ପୈତୃକ ଘର, ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଥିବା ଜଗବନ୍ଧୁଙ୍କ ଘର, ଜଗବନ୍ଧୁଙ୍କ ସାଙ୍ଗ ଖଗେଶ୍ବରଙ୍କ ଫୁଲନଖରା ଗୋବିନ୍ଦପୁରରେ ଥିବା ନିଜ ଘର ଓ ଶ୍ରଦ୍ଧାଞ୍ଜଳୀଙ୍କ କଟକ ବାଙ୍କୀ ଘରେ ଚଢ଼ଉ କରିଥିଲେ। ଚଢ଼ଉବେଳେ ପରିବାର ଲୋକ ଓ ସମ୍ପର୍କୀୟମାନଙ୍କୁ ମଧ୍ୟ ପଚରା ଉଚରା କରିଥିଲେ ଇଡିର ଅଧିକାରୀ। ସେହିପରି ଇଡିର ଅଧିକାରୀମାନେ ମଧ୍ୟ କିଛି ପ୍ରମାଣ ସଂଗ୍ରହ କରିଛନ୍ତି। ବିଶେଷକରି ଅର୍ଚ୍ଚନାଙ୍କ ବ୍ୟାଙ୍କ କାରବାର ଓ ତାଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତିକୁ ନେଇ ତଦନ୍ତ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/khag.png)