ଅର୍ଚ୍ଚନା ନାଗ ମାମଲା: ଦୀର୍ଘ ୧୨ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଖଗେଶ୍ୱରଙ୍କ ସହଯୋଗୀ ଅଭିଳାଷ ପ୍ରିୟଦର୍ଶୀ

ଭୁବନେଶ୍ବର: ଦୀର୍ଘ ୧୨ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଖଗେଶ୍ୱରଙ୍କ ସହଯୋଗୀ ଅଭିଳାସ ପ୍ରିୟଦର୍ଶୀ ଓରଫ ଚନ୍ଦନ। ଇଡି ଅଫିସରୁ ବାହାରିବା ପରେ ସେ କହିଛନ୍ତି ଯେ, ମତେ ଇଡି ଅଧିକାରୀ ଯାହା ଯାହା ପ୍ରଶ୍ନ କରିଛନ୍ତି ତାହାର ମୁଁ ଉତ୍ତର ରଖିଛି। ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ନାଗ ମାମଲାରେ ଆଜି ସକାଳେ ଇଡିରେ ହାଜ‌ର ହୋଇଥିଲେ ଖଗେଶ୍ୱରଙ୍କ ବ୍ୟବସାୟିକ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଓରଫ ଚନ୍ଦନ। ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ନେଇ ଅଭିଯୋଗ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ଇଡି ୫ ଜଣଙ୍କୁ ଜେରା କରିଛି। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ବେହେରା, ଅମୀୟ ଦାସ, ଚନ୍ଦନ ଓ ପ୍ରମୋଦ ସ୍ୱାଇଁଙ୍କୁ ଜେରା କରିସାରିଛି ଇଡି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଛାଡ଼ିଦେଲେ ବାକି ୮ ଜଣ କିଏ, ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି।

ଅନ୍ୟପଟେ ପୁଣି ଲେଡି ବ୍ଲାକମେଲର  ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଭୁବନେଶ୍ବର ନୟାପଲ୍ଲୀ ଥାନା ମାମଲାରେ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ ଉଭୟଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ସିନେ-ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ଏହି  ମାମଲା ହୋଇଥିଲା। ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍‌ କରି ୩ କୋଟି ଟଙ୍କା ମାଗିଥିବା ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀଙ୍କ ନାମରେ ଅଭିଯୋଗ ହୋଇଥିଲା। ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍ କରି ୩ କୋଟି ଟଙ୍କା ମାଗିବା ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଏବେ ଜେଲରେ ଅଛନ୍ତି।

ସମ୍ବନ୍ଧିତ ଖବର