ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନା ପଜିଟିଭ୍

ଭୁବନେଶ୍ବର: ‘ସମ୍ବାଦ’ର ସଂପାଦକ ତଥା  ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ଟୁଇଟ୍ କରି ନିଜେ ସୌମ୍ୟରଂଜନ ଏହି ସୂଚନା ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ‘ମୁଁ ଆଜି କରୋନା ପଜିଟିଭ ହେଇଥିବା କଥା ଜଣାପଡ଼ିଛି । ମୁଁ ସୁସ୍ଥ ଅଛି । ଗତ ସପ୍ତାହରେ ମୋ ସଂସ୍ପର୍ଶରେ ଆସିଥିବା ବନ୍ଧୁମାନଙ୍କୁ ଡାକ୍ତରୀ ପରାମର୍ଶ ନେବାପାଇଁ ଅନୁରୋଧ କରୁଛି ।’

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟର ୪ ଜଣ ବିଧାୟକ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି। ଏଥିପୂର୍ବରୁ ବାଲେଶ୍ବର ଜିଲ୍ଲାର ନୀଳଗିରି ଓ ରେମୁଣା, କଟକ ଜିଲ୍ଲାର ସାଲେପୁର ଓ ଗଞ୍ଜାମ ଜିଲ୍ଲାର  ପୋଲସରା ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାଛଡା ନିକଟରେ ବରଗଡ ସାଂସଦ ସୁରେଶ ପୁଜାରୀ ମଧ୍ୟ ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର