ବିଧାନସଭାରେ ଯାତ୍ରା ପ୍ରଦର୍ଶନ ବନ୍ଦ ପ୍ରସଙ୍ଗ ଉଠାଇଲେ ବିଧାୟକ ସୌମ୍ୟରଂଜନ

ଭୁବନେଶ୍ବର: ଓଡ଼ିଶାରେ କୋଭିଡର ସଫଳତା ପଛରେ କାରଣ କ’ଣ ? କେଉଁ ତଥ୍ୟ ଆଧାରରେ ସଫଳତା ମିଳିଛି ବୋଲି କୁହାଯାଉଛି ତାହା ଜଣାଇବା ଲାଗି ସରକାରଙ୍କୁ ବିଧାନସଭାରେ ପ୍ରଶ୍ନ କରିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଆଜି ବିଧାନସଭାରେ ଆଲୋଚନାରେ ଅଂଶଗ୍ରହଣ କରି ସେ ପଚାରିଛନ୍ତି, ସରକାରଙ୍କ ପାଖରେ ତଥ୍ୟ ଅଛି କି ସଫଳତା ପଛରେ କ’ଣ ଅଛି କାରଣ । କେଉଁ କାରଣ ପାଇଁ ଓଡିଶା କରୋନା ମୁକାବିଲାରେ ସଫଳ ହେଲା ? ସେହିଭଳି କେଉଁ କାରଣ ପାଇଁ ଅଧିକ ସୁସ୍ଥ ଓ କମ୍ ଆକ୍ରାନ୍ତ ହେଉଛନ୍ତି ତାହା ଜାଣିବା ଲାଗି ପ୍ରଶ୍ନ ଉଠାଇଛନ୍ତି ‌ସୌମ୍ୟରଂଜନ।

ଏଥିସହ ରାଜ୍ୟରେ ଯାତ୍ରା ପ୍ରଦର୍ଶନ ବନ୍ଦ ହେବା ନେଇ ବି ପ୍ରଶ୍ନ ଉଠାଇଛନ୍ତି ସୌମ୍ୟରଞ୍ଜନ । ସେ ପ୍ରଶ୍ନ କରିଛନ୍ତି, ବଜାର ଯିବା ପାଇଁ ଅନୁମତି ମିଳିଛି, କିନ୍ତୁ ସାଂସ୍କୃତିକ କାର୍ଯ୍ୟକ୍ରମ କାହିଁକି କରି ପାରିବା ନାହିଁ । ଆଖି ବୁଜି ମନ୍ଦିର ବନ୍ଦ, ସ୍କୁଲ ଓ ଯାତ୍ରା ବନ୍ଦ କରାଯିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ସେ । ଯଦି ବଜାର ସଉଦା ପାଇଁ ଅନୁମତି ମିଳିଛି, ଯାତ୍ରା ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କାହିଁକି ଅନୁମତି ଦିଆଯାଇନି । ଏସବୁକୁ ଖୋଲିବାକୁ ସେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର