ଖଣ୍ଡପଡ଼ା : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ତହସିଲରେ କର୍ମଚାରୀଙ୍କ ଅଭାବ ଯୋଗୁ ଏବେ ଦୟନୀୟ ପରିସ୍ଥିତି ସୃଷ୍ଟି ହେବା ସହ ସରକାରୀ ଯୋଜନା ଓ ଘୋଷଣା ଉପହାସ ପାଲଟିଛି। ଖଣ୍ଡପଡ଼ା ତହସିଲ ଅଧୀନରେ ମୋଟ ୭ଟି ରାଜସ୍ୱ ସର୍କଲରେ ୨ ଶହରୁ ଊର୍ଦ୍ଧ୍ବ ଗାଁ’ ରହିଛି। ଏଠାରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାରଙ୍କୁ ବରିଷ୍ଠତା ଭିତ୍ତିରେ କିଛିଦିନ ପୂର୍ବରୁ ରଣପୁର ତହସିଲଦାର ଭାବରେ ବଦଳି ହୋଇଥିବା ବେଳେ ଏହି ଗରୁତ୍ବପୂର୍ଣ୍ଣ ପଦବିଟି ବର୍ତ୍ତମାନ ଖାଲି ପଡ଼ିଛି। ସେହିପରି ୫ ଜଣ କନିଷ୍ଠ କିରାଣି ଓ ଗୋଟିଏ ବରିଷ୍ଠ କିରାଣି ପଦ ଖାଲିପଡ଼ିଛି। ଅନ୍ୟ ପକ୍ଷରେ, କୋସ୍କାରେ ଆର୍ଆଇ ପଦବି ଖାଲି ସହ ବହୁ ଅମିନ ପଦ ଖାଲିପଡ଼ିବା ହେତୁ କ୍ଷେତ୍ର ପରିଦର୍ଶନ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାମ ହୋଇପାରୁନାହିଁ। ବ୍ଲକ୍ର ହଜାର ହଜାର ଲୋକ ଜମିଜମା ପଟ୍ଟା, ବସୁନ୍ଧରା ପଟ୍ଟା, ଖଜଣା ପାଉତି ସଂଗ୍ରହ, ଜାତିଗତ, ବାସିନ୍ଦା, ଆୟ ଓ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ତହସିଲ ଉପରେ ନିର୍ଭର କରି ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି। ସରକାର ଲୋକଙ୍କ ପାଇଁ କମ୍ ସମୟରେ ସମସ୍ତ କାର୍ଯ୍ୟ ସମାପନ ପାଇଁ ତହସିଲ କାର୍ଯ୍ୟାଳୟଗୁଡ଼ିକରେ ଅନ୍ଲାଇନ୍ ମାଧ୍ୟମରେ ବ୍ୟବସ୍ଥା କରିଥିଲେ ମଧ୍ୟ ସାଧାରଣ ଜନତା ମାସ ମାସ ଧରି ପଟ୍ଟା ପାଇଁ ଦୌଡ଼ୁଛନ୍ତି। ଅନ୍ୟ ପକ୍ଷରେ, ସରକାର ଧାର୍ଯ୍ୟ କରିଥିବା ସମୟ ମଧ୍ୟରେ ଜନସାଧାରଣଙ୍କୁ ସେବା ମିଳିବା ପରିବର୍ତ୍ତେ କିଛି ଅସାଧୁ କର୍ମଚାରୀଙ୍କ ଶୋଷଣର ଶିକାର ହେବାକୁ ପଡ଼ୁଛି ବୋଲି ଅଭିଯୋଗ ହେଉଛି। ଖଣ୍ଡପଡ଼ା ତହସିଲ୍ରେ ଖାଲିପଡ଼ିଥିବା ଗୁରୁତ୍ୱପୂର୍ଣ୍ଣ ପଦବିଗୁଡ଼ିକ ପୂରଣ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
ନାହିଁ ନାହିଁରେ ଚାଲିଛି ଖଣ୍ଡପଡ଼ା ତହସିଲ୍, ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା
/sambad/media/post_attachments/wp-content/uploads/2020/03/khandapada.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)