କୋଭିଡ ଗାଇଡଲାଇନ୍ ଉଲଂଘନ କରିଥିବାରୁ ରାମ ମନ୍ଦିର ପାଖ‌ ଖାଉଗଳିକୁ ସିଲ କଲା ବିଏମସି

ଭୁବନେଶ୍ବର: ନୂଆବର୍ଷକୁ ଆଖି ଆଗରେ ରଖି ବିଏମସି ପକ୍ଷରୁ କୋଭିଡ ଗାଇଡଲାଇନ ଜାରି କରାଯାଇଛି। ବିଏମସି ଓ କମିଶନରେଟ ପୁଲିସ ପକ୍ଷରୁ ଲୋକଙ୍କ ସଚେତନ କରାଯାଉଥିବା ବେଳେ ରାତି ୧୦ଟା ପୂର୍ବରୁ ରାଜଧାନୀର ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ମାଇକିଙ୍ଗ କରୁଛି ପୁଲିସ। ଓମିକ୍ରନ୍ ସଂକ୍ରମଣକୁ ଆଖି ଆଗରେ ରଖି ତିନି ଦିନ ପାଇଁ ବଳବତ୍ତର ରହିଛି ନାଇଟ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରାଯାଇଛି ।

ତେବେ ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବ। ରାଜଧାନୀରେ ଥିବା, ମନ୍ଦିର, ଦୋକାନ ବଜାର, ସପିଙ୍ଗ ମଲ, ବାର୍ ଏଭଳି ସ୍ଥାନରେ ଗହଳି ନ କରିବା ପାଇଁ ଲୋକଙ୍କୁ ସଚେତନ କରାଯିବ। ସାମାଜିକ ଦୂରତା ମାନିବା ଓ ମାସ୍କ ବ୍ୟବହାର ପାଇଁ ବିଏମସି ଓ ପୁଲିସ ପକ୍ଷରୁ ଲୋକଙ୍କୁ କୁହାଯିବ। ଯେଉଁମାନେ ଏହି ନିୟମର ଉଲଂଘନ କରିବେ ସେମାନଙ୍କୁ ତଣ୍ଡ ଗଣିବାକୁ ହେବ। ତେବେ ରାମ ମନ୍ଦିର ପାଖ‌ରେ ଥିବା ଖାଉଗଳିରେ ଅଧିକ ଲୋକ ଜମା ହେଉଥିବାରୁ ଏବେ ଏହାକୁ ସିଲ୍ କରିଛି ବିଏମସି। କୋଭିଡ ଗାଇଡଲାଇନ୍ ଉଲଂଘନ କରିଥିବା କିଛି ଦୋକାନକୁ ସିଲ୍ କରାଯାଇଛି।

ସମ୍ବନ୍ଧିତ ଖବର