ବାଲେଶ୍ୱର: ଆଜି ଦ୍ୱିତୀୟ ଦିନରେ ବାଲେଶ୍ୱର ଲୋକସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପୂର୍ବତନ ସାଂସଦ ମହାମେଘବାହାନ ଐର ଖାରବେଳ ସ୍ବାଇଁ। ଦିନ ୧୧ଟା ୧୫ ମିନିଟ୍ ସମୟରେ ଶ୍ରୀ ସ୍ୱାଇଁ ତାଙ୍କ ସମର୍ଥକଙ୍କ ସହ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ରିଟର୍ଣ୍ଣିଂ ଅଫିସର ଜିଲ୍ଲାପାଳ ଆଶିଷ ଠାକରେଙ୍କଠାରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖାରବେଳ କହିଛନ୍ତି, ଆଜିଠାରୁ ମୁଁ ପ୍ରଚାର ମଇଦାନକୁ ଓହ୍ଲାଇଲି। ମୋର ପ୍ରତିଦ୍ବନ୍ଦ୍ବୀ କେହି ନାହାନ୍ତି। ବାଲେଶ୍ୱର ଲୋକସଭା ଆସନରୁ ମୁଁ ବହୁ ଭୋଟ୍ରେ ବିଜୟୀ ହେବି। ସୂଚନା ଥାଉକି ଶ୍ରୀ ସ୍ବାଇଁ ବିଜେପି ଟିକେଟ୍ ଆଶାରେ ଥିଲେ। ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦଳ ଟିକେଟ୍ ଦେବା ପରେ ସେ ସ୍ବାଧୀନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ପ୍ରାର୍ଥିପତ୍ର ଦାଖଲ କଲେ ଖାରବେଳ ସ୍ୱାଇଁ
/sambad/media/post_attachments/wp-content/uploads/2024/05/FHFHFHSFTT.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)