ପୁଣି ବିବାଦରେ ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ: ରିପୋର୍ଟ ଦେଇନାହିଁ ହାଇଦ୍ରାବାଦ ଆଇଆଇଟି

ଆର୍‌ଟିଆଇରେ ସୂଚନା ଦେଲା ଆଇଆଇଟି, ରିପୋର୍ଟକୁ ଆଳ କରିଥିଲା ପ୍ରଶାସନ

କେନ୍ଦ୍ରାପଡ଼ା : ଖରସ୍ରୋତା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଏବେ ଆଉ ଏକ ବିବାଦ ସୃଷ୍ଟି ହୋଇଛି। ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ହାଇଦ୍ରାବାଦ ଆଇଆଇଟିର ରିପୋର୍ଟକୁ ଭିତ୍ତି କରି ଏହି ପ୍ରକଳ୍ପ ଦ୍ବାରା କୌଣସି ପ୍ରକାର ଭୂତଳ ଜଳ ସଂକଟ ସୃଷ୍ଟି ହେବନାହିଁ ବୋଲି ସ୍ପଷ୍ଟ କରିଥିଲା। କିନ୍ତୁ ଏବେ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ସୂଚନା ମିଳିଛି ଯେ ହାଇଦ୍ରାବାଦ ଆଇଆଇଟି ଓଡ଼ିଶା ସରକାରଙ୍କୁ ଏଭଳି କୌଣସି ପ୍ରକାର ରିପୋର୍ଟ ଦେଇନାହାନ୍ତି। ଖ‌ରସ୍ରୋତା ପ୍ରକଳ୍ପକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ବଡ଼ଧରଣର ଆନ୍ଦୋଳନ ମୁଣ୍ଡ ଟେକି ଥିବାବେଳେ ଏବେ ଏଭଳି ତଥ୍ୟ ବିବାଦକୁ ଅଧିକ ଗଭୀର କରିଛି। ଏଥିରେ କିଏ ସତ ଆଉ କିଏ ମିଛ, ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

ରାଜକନିକାସ୍ଥିତ ଭାରୀଗଦାରେ ଖରସ୍ରୋତା ନଦୀରୁ ରାଜ୍ୟ ସରକାର ବସୁଧା ଯୋଜନାରେ ଭଦ୍ରକ ଜିଲ୍ଲାକୁ ପିଇବା ପାଣି ଯୋଗାଇ ଦେବା ପାଇଁ ଏକ ମେଗା ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। ଏହାଦ୍ବାରା ଖରସ୍ରୋତା ଶୁଖିଯିବା ସହିତ ସ୍ଥାନୀୟ ଅ˚ଚଳରେ ଭୂତଳ ଜଳ ସ˚କଟ ଅଧିକ ଜଟିଳ ରୂପ ଧାରଣ କରିବ ଅଭିଯୋଗ ଆଣି ଖରସ୍ରୋତା ବ˚ଚାଅ ସମିତି ଜୋରଦାର ବିରୋଧ କରିବା ସହିତ ଆନ୍ଦୋଳନ ଚଳାଇଛି।

Wikimedia Commons

ପ୍ରଶାସନ ପ୍ରକଳ୍ପ ସପକ୍ଷରେ ଯୁକ୍ତି ବାଢ଼ିବା ସହିତ ଅଗଷ୍ଟ ୧୪ ତାରିଖରେ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ବି. ନାୟକ ହାଇଦ୍ରାବାଦ ଆଇଆଇଟି ଓ ଓୟୁଏଟି ବିଶେଷଜ୍ଞ ରିପୋର୍ଟ କଥା ଉଠାଇ ଗଣମାଧୢମକୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜିଲ୍ଲା ସୂଚନା ଓ ଲୋକ ସ˚ପର୍କ ବିଭାଗ ମାଧୢମରେ ଦେଇଥିଲେ। ସେଥିରେ ଦର୍ଶାଇଥିଲେ ଯେ ଆଇଆଇଟି ହାଇ୍ରଦାବାଦ୍‌ ଓ ଓୟୁଏଟି ବିଶେଷଜ୍ଞ ରିପୋର୍ଟ ସ୍ପଷ୍ଟ କରିଛି ଯେ ଖରସ୍ରୋତା ନଦୀରୁ ମାତ୍ର ୫ ପ୍ରତିଶତ ଜଳ ଏହି ମେଗା ପ୍ରକଳ୍ପରେ ବ୍ୟବହାର ହେବ। ଭିତରକନିକାର ଜୈବ ବିବିଧତା କିମ୍ବା ପରିବେଶ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ୧୭୩ ପୃଷ୍ଠାର ଡିପିଆର‌୍‌ ରିପୋର୍ଟରେ ଆଇଆଇଟି ହାଇଦ୍ରାବାଦ ଏ କଥା ଦର୍ଶାଇଛି ବୋଲି ପୂର୍ବରୁ ପ୍ରଶାସନ ଯୁକ୍ତି ବାଢ଼ିଥିଲା।

ଏଭଳି ସ୍ଥିତିରେ ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି ଗତ ଅଗଷ୍ଟ ୩୦ ତାରିଖରେ ଆର୍‌ଟିଆଇରେ ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ ସ˚ପର୍କରେ ଆଇଆଇଟି ହାଇଦ୍ରାବାଦକୁ ତଥ୍ୟ ମାଗିଥିଲେ। ଆଇଆଇଟି ହାଇ୍ରଦାବାଦର ଡେପୁଟି ରେଜିଷ୍ଟ୍ରାର‌୍‌ ସୟଦ ଅଲି ସବିର‌୍‌ ଆର୍‌ଟିଆଇର ମଗାଯାଇଥିବା ତଥ୍ୟର ସୂଚନା ଦେବାକୁ ଯାଇ ଦର୍ଶାଯାଇଛନ୍ତି ଯେ ଖରସ୍ରୋତାରୁ ଭଦ୍ରକ ଜିଲ୍ଲାକୁ ମେଗା ପାନୀୟ ଜଳ ପ୍ରକଳ୍ପ ଯୋଗାଣ ପ୍ରସଙ୍ଗରେ କୌଣସି ରିପୋର୍ଟ ଦିଆଯାଇନାହିଁ। ଓଡ଼ିଶା ସରକାର ଏହି ପ୍ରସଙ୍ଗରେ କେବେ ଆଇଆଇଟିକୁ ଚିଠି କରି ନାହାନ୍ତି କି କୌଣସି ବିଶେଷଜ୍ଞ ଦଳ ପ୍ରସ୍ତାବିତ ପ୍ରକଳ୍ପ ସ୍ଥଳକୁ ଯାଇନାହାନ୍ତି। ଏ ସ˚ପର୍କରେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, ସରକାର ଆମକୁ ଏହି ରିପୋର୍ଟ ଦେଇଥିଲେ। ବିଭାଗ ହିଁ ଏ ସ˚ପର୍କରେ ଅଧିକ କିଛି କହିପାରିବ ବୋଲି ସେ କହିଛନ୍ତି।

୨୩ ଆନ୍ଦୋଳନକାରୀଙ୍କୁ ହାଇକୋର୍ଟରୁ ଜାମିନ 
କଟକ : ରାଜକନିକା ବ୍ଲକ୍ ଭାରିଗଦା ନିକଟସ୍ଥ ଖରସ୍ରୋତା ନଦୀ ଉପକଣ୍ଠରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଗିରଫ ହୋଇଥିବା ୨୩ ଜଣ ଆନ୍ଦୋଳନକାରୀଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍‌ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡା ଓ ଅଶୋକ ବେହେରାଙ୍କ ସମେତ ୨୩ ଜଣଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାମିନରେ ଯିବାପରେ ଆବେଦନକାରୀ କୌଣସି ପ୍ରକାର ଅପରାଧରେ ସଂପୃକ୍ତ ହେବେ ନାହିଁ ଓ ତଦନ୍ତରେ ସହଯୋଗ କରିବେ ବୋଲି ସର୍ତ୍ତାରୋପ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଖରସ୍ରୋତାରେ ନିର୍ମାଣାଧୀନ ପ୍ରକଳ୍ପକୁ କେନ୍ଦ୍ର କରି ଅଗଷ୍ଟ ୧୩ରେ ପୁଲିସ ଜନତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ରାଜକନିକା ଥାନାରେ ‌ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ୨୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର