ଖରସ୍ରୋତା ପ୍ରସଙ୍ଗ: ପରିବେଶବିତ୍‌ଙ୍କୁ ବଳପୂର୍ବକ ଉଠାଇନେଲେ

କେନ୍ଦ୍ରାପଡ଼ା : ଭିତରକନିକାର ଜୈବ ବିବିଧତା ସୁରକ୍ଷା ପାଇଁ ଖରସ୍ରୋତାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ ବନ୍ଦ ଦାବିରେ ଆମରଣ ଅନଶନରେ ବସିଥିବା ପରିବେଶବିତ୍‌ ଶ୍ରୀକାନ୍ତ ନାୟକଙ୍କୁ ପୁଲିସ ବଳପୂର୍ବକ ଉଠାଇ ନେଇଛି। ।

ଗତ ମ˚ଗଳବାରଠାରୁ ଶ୍ରୀକାନ୍ତ ଆମରଣ ଅନଶନରେ ବସିଥିଲେ। ଗତକାଲି ଉପଜିଲ୍ଳାପାଳ ଓ ଡେରାବିଶ ଅତିରିକ୍ତ ତହସିଲଦାର ପହ˚ଚି ଶ୍ରୀକାନ୍ତଙ୍କୁ ଅନଶନ ଭା˚ଗିବାକୁ ବୁଝାଇଥିଲେ। ହେଲେ ଯେଉଁ ବିଶ୍ବପ୍ରସିଦ୍ଧ ଭିତରକନିକାର ସୁରକ୍ଷା ପାଇଁ ଅନଶନରେ ବସିଛି, ସେହି ପ୍ରସଙ୍ଗରେ ସ୍ଥାୟୀ ସମାଧାନ ନ ହେବା ଯାଏ ଅନଶନ ଭା˚ଗିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ ରୋକଠୋକ୍‌ ଶୁଣାଇଥିଲେ।

ଏହାପରେ ପ୍ରଶାସନ ପୁଲିସ ଲଗାଇ ତାଙ୍କୁ ଉଠାଇ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ତାଙ୍କ ସହିତ ଆନ୍ଦୋଳନରେ ସାମିଲ୍‌ ଥିବା ଅନ୍ୟ ଆଠ ଜଣଙ୍କୁ ବି ଅନଶନ ସ୍ଥଳରୁ ପୁଲିସ ଉଠାଇ ନେଇ ସଦର ଥାନାରେ ଅଟକ ରଖି ପରେ ଛାଡ଼ି ଦେଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ମେଡିକାଲ୍‌ ମେଡିସିନ୍‌ ଵାର୍ଡର ୧୦୭ ନମ୍ବର ବେଡ୍‌ରେ ଚିକିତ୍ସାଧୀନ ଥିବା ଶ୍ରୀକାନ୍ତ ଅନଶନ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର