ବ୍ୟାରେଜ ନିର୍ମାଣ କରାନଗଲେ ପ୍ରକଳ୍ପକୁ ବିରୋଧ ଜାରି ରହିବ: ଖରସ୍ରୋତା ସଂଗ୍ରାମ ସମିତି

ଭୁବନେଶ୍ୱର: ଖରସ୍ରୋତା ନଦୀ ବିବାଦ ନେଇ ପ୍ରଶାସନ ଓ ଖରସ୍ରୋତା ସଂଗ୍ରାମ ସମିତିର ବୈଠକ ବିଫଳ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଖରସ୍ରୋତା ନଦୀର ଭାରିଗଡା ଠାରେ ୮୯୨କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପରେ ଭଦ୍ରକ ଚାନ୍ଦବାଲିକୁ ପାଣିକୁ ଦିଆଯିବାକୁ ବିରୋଧ କରିଛି ଖରସ୍ରୋତା ସଂଗ୍ରାମ ସମିତି। ତେବେ ଏହାକୁ ନେଇ ପ୍ରକଳ୍ପ ସ୍ଥାନରେ ପ୍ରତିବାଦ ଓ ଭଙ୍ଗାରୁଜା ମଧ୍ୟ ହୋଇଥିଲା। ଏବେ ବି ଆନ୍ଦୋଳନ ଜାରି ରହିଥିବା ବେଳେ ପ୍ରଶାସନ ଓ ଖରସ୍ରୋତା ସଂଗ୍ରାମ ସମିତି ମଧ୍ୟରେ ଆଜି ଆଲୋଚନା ହୋଇଛ। କିନ୍ତୁ ବ୍ୟାରେଜ ନିର୍ମାଣ କରାନଗଲେ ପ୍ରକଳ୍ପକୁ ବିରୋଧ ଜାରି ରହିବ ବୋଲି ଖରସ୍ରୋତା ସଂଗ୍ରାମ ସମିତି କହିଛି। ହେଲେ ପ୍ରଶାସନ ବ୍ୟାରେଜ ର୍ନିମାଣ ପାଇଁ ସମ୍ମତି ଦେଇନପାରିବାରୁ ବୈଠକ ବିଫଳ ହୋଇଛି। ପ୍ରକଳ୍ପକୁ ବିରୋଧ କରାଯିବ ବୋଲି ନେତା ମାନେ କହିଛନ୍ତି।

ସମ୍ବନ୍ଧିତ ଖବର