ଖାରବେଳ ଭବନକୁ ସ୍ଥାନାନ୍ତର ହେବ ବାଣିଜ୍ୟ ବିଭାଗ

ଭୁବନେଶ୍ବର : ଏବେ ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବାଣିଜ୍ୟ ଭବନ ଖୁବ୍‌ ଶୀଘ୍ର ଖାରବେଳ ଭବନକୁ ସ୍ଥାନାନ୍ତର ହେବ। ଖାରବେଳ ଭବନକୁ ବାଣିଜ୍ୟ ବିଭାଗ ସ୍ଥାନାନ୍ତର ପାଇଁ ଏହାର ସପ୍ତମ ମହଲାରେ ଆବଶ୍ୟକୀୟ ସ୍ଥାନ ଯୋଗାଇ ଦିଆଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଖାରବେଳ ଭବନର ୭ମ ମହଲାରେ ୩୪କ୍ୟୁବିକିଲ୍‌ ଆବଣ୍ଟନ ହୋଇଥିବାବେଳେ ବାଣିଜ୍ୟ ବିଭାଗ କିନ୍ତୁ ଆଉ କିଛି ରୁମ୍‌ ମାଗିଛି। ବାଣିଜ୍ୟ ବିଭାଗ ଏହି ୩୪ କ୍ୟୁବିକିଲ୍ ବାଦ୍‌ ବାଣିଜ୍ୟ ବିଭାଗର ଅଧିକାରୀଙ୍କ ପାଇଁ ୫ଟି ରୁମ୍‌ ଏବଂ ବେସାମରିକ ବିମାନ ବିଭାଗ ପାଇଁ ୫ଟି କ୍ୟୁବିକିଲ୍‌ ମାଗିଛି। ପୂର୍ତ୍ତ ବିଭାଗ ଏହି ବ୍ୟବସ୍ଥା କରି ଜଣାଇଲେ ବାଣିଜ୍ୟ ବିଭାଗ ତୁରନ୍ତ ସ୍ଥାନାନ୍ତର ହୋଇଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର