ନୂଆପଡ଼ା: ଆସନ୍ତା ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏନଏସିକୁ ସଟଡାଉନ ଘୋଷଣା କରାଯାଇଛି। ଆସନ୍ତା ୧୭ ତାରିଖ ସକାଳ ୬ଟା ଠାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସଟଡାଉନ ବଲବତ୍ତ ରହିବ। ଏହି ସଟଡାଉନରେ ଦୋକାନ ବଜାର, ରେଷ୍ଟୁରାଣ୍ଟ, ଢ଼ାବା, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ସଟଡାଉନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।

Advertisment

ଏହି ସମୟରେ ବିବାହ ଉସବ,ସାମାଜିକ ଉତ୍ସବ, ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ। ସମସ୍ତେ ଘରେ ରହି ସୁରକ୍ଷିତ ରହନ୍ତୁ ଏବଂ ଜିଲ୍ଲାକୁ ସୁରକ୍ଷା ଦେବାରେ ସହଯୋଗ ପ୍ରଦାନ କରିବାକୁ ଜିଲ୍ଲାପାଳ ସ୍ବାଧାଦେଵ ସିଂ ଏବଂ ପୁଲିସ ଆରକ୍ଷୀ ଅଧୀକ୍ଷକ ରାହୁଲ କୁମାର ଜୈନ ଅନୁରୋଧ କରିଛନ୍ତି।