ଭୁବନେଶ୍ବର: ଖରିଫ ଋତୁ ଧାନ ସଂଗ୍ରହ ଏବଂ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ଗତମାସ ୧୯ ତାରିଖ ଠାରୁ ଏହି ପଞ୍ଜୀକରଣ ଚାଲିଛି। ରାଜ୍ୟ ସରକାର ସମସ୍ତ ଚାଷୀମାନଙ୍କୁ ଗୁରୁତ୍ବ ଦେଉଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୁଧବାର ସନ୍ଧ୍ୟାରେ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀ ପାତ୍ର କହିଛନ୍ତି, ଜଣେ ମଧ୍ୟ ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହେବେ ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶ କ୍ରମେ ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ଜାରି ପ୍ରକ୍ରିୟାର ଅବଧିକୁ ବୃଦ୍ଧି କରାଯାଇଛି। ଏହି ପଞ୍ଜୀକରଣ ପ୍ରକ୍ରିୟା ଗତ ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଚାଷୀମାନଙ୍କ ସ୍ବାର୍ଥ ଓ ଅନୁରୋଧ କ୍ରମେ ଏହି ଅବଧ୍କୁ ବୃଦ୍ଧି ନିମନ୍ତେ ପଶ୍ଚିମ ଓଡ଼ିଶାର ଜନ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅନୁରୋଧ କରିଛନ୍ତି।
ଖରିଫ ଋତୁ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଗତ ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଚାଷୀମାନଙ୍କ ସ୍ବାର୍ଥ ଓ ଅନୁରୋଧ କ୍ରମେ ଏହି ଅବଧ୍କୁ ବୃଦ୍ଧି ନିମନ୍ତେ ପଶ୍ଚିମ ଓଡ଼ିଶାର ଜନ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅନୁରୋଧ କରିଛନ୍ତି।
-କୃଷ୍ଣଚନ୍ଦ୍ର ପାତ୍ର, ଯୋଗାଣ ମନ୍ତ୍ରୀ
ଜନ ପ୍ରତିନିଧିଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ଏହି ଅବଧିକୁ ବୃଦ୍ଧି କରିଛନ୍ତି। ଏ ପର୍ଯ୍ୟନ୍ତ ୧୦ ଲକ୍ଷ ୯୩ ହଜାର ୨୨୦ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଆଗକୁ ଏହା ଆହୁରି ବୃଦ୍ଧି ହେବ। ଏଥିସହ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରାଯାଇଛି। ବିଭ୍ରାନ୍ତିକର ତଥ୍ୟକୁ ଚାଷୀମାନେ ବିଶ୍ୱାସ ନ କରନ୍ତୁ। ଚାଷୀମାନଙ୍କୁ ଭ୍ରମିତ କରନ୍ତୁ ନାହିଁ। ପୂର୍ବ ସରକାର ଚାଷୀମାନଙ୍କୁ ହଇରାଣ କରୁଥିଲେ। ଆମ ସରକାର ଚାଷୀମାନଙ୍କ ସୁବିଧା ସୁଯୋଗକୁ ପ୍ରାଧାନ୍ୟ ଦେଉଛନ୍ତି। ବର୍ତ୍ତମାନ ଚାଷୀ ମାନେ ଖୁସି ଅଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି।
krushna chandra patra
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/13/new-project-44-2025-08-13-19-56-07.jpg)