ଭୁବନେଶ୍ବର : ଆମକୁ େପଟିଏମ୍ ମାଧ୍ୟମରେ ସାହାଯ୍ୟ କରନ୍ତୁ। ଆପଣଙ୍କ ଏହି ସାହାଯ୍ୟ ଆମକୁ ସାହସ ଓ ବଳ ଦେବ। ଆପଣ ୧ ଟଙ୍କା େହଉ ପଛେ ଦିଅନ୍ତୁ। ଆମେ ଓଡ଼ିଶାର ଭାଗ୍ୟ ପରିବର୍ତନ କରିପାରିବୁ।

Advertisment

ଆସନ୍ତା ନିର୍ବାଚନ ପାଇଁ ଏମିତି ଢଙ୍ଗରେ ପାଣ୍ଠି ସଂଗ୍ରହ କରୁଛନ୍ତି ଉତ୍କଳ ଭାରତ ମୁଖିଆ ତଥା ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ। ନିଜ ଟ୍ବିଟର୍ େପଜରେ େସ ଏ ନେଇ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଓ ଯେଉଁମାନେ ଆର୍ଥିକ ସହଯୋଗ କରୁଛନ୍ତି, ତାଙ୍କୁ ଧନ୍ୟବାଦ ଦେବାକୁ ବି ଭୁଲୁନାହାନ୍ତି।

ଶ୍ରୀ ସ୍ବାଇଁ ନିଜ ଟ୍ବିଟର େପଜରେ ଉଲ୍ଲେଖ କରିଛନ୍ତି େଯ ଓଡ଼ିଶାର ଭାଗ୍ୟ ପରିବର୍ତନ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ଲାଗି ତାଙ୍କୁ ସାହାଯ୍ୟ କରାଯାଉ। ଏହି ଅଭିଯାନରେ ସାମିଲ େହବା ପାଇଁ ମଧ୍ୟ ସେ ଆହ୍ବାନ େଦଇଛନ୍ତି।

ପୂର୍ବରୁ ନିର୍ବାଚନ ପାଣ୍ଠି ସଂଗ୍ରହ ଲାଗି ବିେଜଡି ମୁଖିଆ ନବୀନ ପଟ୍ଟନାୟକ ନିଜ ଦଳର ବିଧାୟକ ଓ ସାଂସଦ ପ୍ରମୁଖଙ୍କ ଦରମା ମାଗିଥିଲେ। ଏବେ ଖାରବେଳ ଭିନ୍ନ ତରିକାରେ ପାଣ୍ଠି ସଂଗ୍ରହ ପାଇଁ ବାଟ େଖାଲିଛନ୍ତି। ନିକଟରେ ଖାରବେଳଙ୍କ ଉତ୍କଳ ଭାରତ ଓ ପୂର୍ବତନ େକନ୍ଦ୍ରମନ୍ତ୍ରୀ ବ୍ରଜ କିେଶାର ତ୍ରିପାଠୀଙ୍କ ସମତାକ୍ରାନ୍ତି ଦଳ ମିଶି ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷମତାଚ୍ୟୁତ ଏହି ସାମ୍ମୁଖ୍ୟର ଲକ୍ଷ୍ୟ େବାଲି କୁହାଯାଇଥିଲା ଓ ସମଭାବାପନ୍ନ ଦଳ ଏବଂ ନେତାଙ୍କୁ ଉଭୟ ଆମନ୍ତ୍ରଣ କରିଥିଲେ।