ଭୁବନେଶ୍ବର: ଆଜି ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହୋଇଛି। ଭାରତର ଇତିହାସରେ ପ୍ରଥମ ଥର ଲାଗି ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ଅନୁଷ୍ଠିତ ହୋଇଛି। ଏହା ଭାରତର ଖେଳ ଇତିହାସରେ ନୂଆ ପୃଷ୍ଠା ଯୋଡ଼ିଛି। ଦେଶରେ ଖେଳର ଭବିଷ୍ୟତକୁ ଉଜ୍ଜ୍ବଳ କରିବାରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ। ଆଜି କଟକ-ଭୁବନେଶ୍ବରରେ ଅନୁଷ୍ଠିତ ହେଉଥିବା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ନିଜ ଅଭିଭାଷଣରେ ସେ କହିଥିଲେ, ମୁଁ ଆପଣମାନଙ୍କ ସହିତ ଟେକ୍ନୋଲୋଜି ଜରିଆରେ ଯୋଡ଼ି ହୋଇଛି। ସେଠାରେ ଯେଉଁ ଉତ୍ସାହ, ଯେଉଁ ମାହୋଲ, ତାହା ମୁଁ ଅନୁଭବ କରି ପାରୁଛି। ୨୦୧୮ ମସିହାରେ ଯେତେବେଳେ ଖେଲୋ ଇଣ୍ଡିଆ ଗେମ୍ସ ଆରମ୍ଭ ହେଲା ୩୫୦୦ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମାତ୍ର ୩ବର୍ଷ ମଧ୍ୟରେ ଏହି ସଂଖ୍ୟା ୬୦୦୦ରେ ପହଞ୍ଚିଛି। ଅର୍ଥାତ ୩ ବର୍ଷ ଭିତରେ ଏହା ଦୁଇଗୁଣ ହୋଇଛି। ଏହି ଗେମ୍ସ ଜରିଆରେ ସମଗ୍ର ଦେଶର ଯୁବପିଢ଼ି ନିଜର ଫିଟନେସ୍ ସ୍ତରକୁ ଉନ୍ନତ କରିପାରିବେ। ଏହା ଫଳରେ ଯେକୌଣସି କାର୍ଯ୍ୟ ଲାଗି ଯୁବପିଢ଼ି ଫିଟ୍ ହୋଇପାରିବେ। ଗତ ୫-୬ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସ୍ବଚ୍ଛତାର ସହ ବିକାଶ ଲାଗି ପ୍ରୟାସ ଜାରି ରହିଛି, ଯାହାର ସୁଫଳ ମିଳିବା ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।
/sambad/media/post_attachments/wp-content/uploads/2020/02/ERYZ9A8VAAQ7m38-1.jpg)
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ସୁନ୍ଦର ଆୟୋଜନ ପାଇଁ ରାଜ୍ୟ ସରକାର ଧନ୍ୟବାଦର ପାତ୍ର। ଖେଲୋ ଇଣ୍ଡିଆ ଦେଶର କୋଣ ଅନୁକୋଣରେ ଖେଳ ପ୍ରତି ଆକର୍ଷଣ ସୃଷ୍ଟି କରିବା ସହିତ ପ୍ରତିଭା ଆଗକୁ ଆଣିବାରେ ସହାୟକ ହୋଇଛି। ଖେଲୋ ଇଣ୍ଡିଆ ସ୍କୁଲ ଗେମସ୍ରେ ଏ ବର୍ଷ ୮୦ଟି ରେକର୍ଡ ହୋଇଛି। ଏଥିରୁ ୫୬ଟି ବାଳିକାମାନଙ୍କ ଦ୍ୱାରା ହୋଇଛି। ଛୋଟ ସହରର ଗରିବ ପରିବାରରୁ ଆସି ପିଲାମାନେ ଭଲ ପ୍ରଦର୍ଶନ କରିଛନ୍ତି।
/sambad/media/post_attachments/wp-content/uploads/2020/02/Performers-at-the-Opening-Ceremony-of-the-Inaugral-Khelo-India-University-Games-2020-1024x683.jpg)
ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍ଜୁ ଓ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟର କୃଷି ମନ୍ତ୍ରୀ ଅରୁଣ ସାହୁ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ମୁଖ୍ୟ ଶାସନସଚିବ ଅସିତ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/ERYdMQMXUAEQKjA.jpg)