ଖେଲୋ ଇଣ୍ଡିଆ ବାଳିକା ଫୁଟବଲ୍ ଲିଗ୍: ଦ୍ବିତୀୟ ଦିନରେ ରାଉରକେଲା ଇସ୍ପାତ ବିଜୟୀ

ସୁନ୍ଦରଗଡ଼:  କିଞ୍ଜିର୍ମା ବିଜୁ ପଟ୍ଟନାୟକ ମିନି ଷ୍ଟାଡ଼ିୟମରେ ଆୟୋଜିତ ଫାଓ ଖେଲୋ ଇଣ୍ଡିଆ ୧୭ ବର୍ଷରୁ କମ୍ ବାଳିକା ଫୁଟବଲ ଲିଗ୍ ଦ୍ବିତୀୟ ଦିନରେ ଅତିଥି ଭାବେ ପୂର୍ବତନ ଖେଳାଳି ମିତ୍ରଭାନୁ ନାଏକ ଓ ତ୍ରିଲୋଚନ ଡନସନା ଯୋଗ ଦେଇ ଖେଳର ଶୁଭାରମ୍ଭ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ଓ ଓଡ଼ିଶା ଫୁଟବଲ ସଂଘ ଆନୁକୂଲ୍ୟରେ ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ  କିଞ୍ଜିରକେଲା ଦଳ  ଓ  ଏସଟି ମେରୀ ସ୍କୁଲ ଗୋଲ୍ ଶୂନ୍ୟ ରହିଥିଲା। ଏହି ମ୍ୟାଚରେ ଶ୍ରେଷ୍ଠ ଖେଳାଳି ଭାବେ ଗୀତା ନାଏକଙ୍କୁ ପୁରସ୍କୃତ କରାଗଲା।

ଦ୍ବିତୀୟ ମ୍ୟାଚରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ୫-୦ ଗୋଲରେ କିଞ୍ଜିର୍ମା ଠାରୁ ବିଜୟୀ ହୋଇଛି। ଷ୍ଟିଲ୍ ପ୍ଲାଣ୍ଟ ଦଳର କୀର୍ତ୍ତି କିଶାନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଗଲା। ଶେଷ ମ୍ୟାକଚ୍ ରାଜଗାଙ୍ଗପୁର ଫୁଟବଲ କ୍ଲବ୍ ଓ କୁଆରମୁଣ୍ଡା ଦଳ ମଧ୍ୟରେ ଗୋଲ୍ ଶୂନ୍ୟ ରହିଥିଲା। ଉତ୍ତମ ଖେଳ ପ୍ରଦର୍ଶନ କରିଥିବା ରାଜଗାଙ୍ଗପୁର ଦଳର ରଶ୍ମିତା ବଡ଼ାଇକଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଖେଳକୁ ରେଫରି ରିନା ତିର୍କୀ, ସୁମନି ଲାକ୍ରା, ବାସନ୍ତୀ କିସାନ, ଫୁଲନ୍ତି ଟପ୍ପୋ, ବାଳମତୀ ଓରାମ ପରିଚାଳନା କରିଥିଲେ। ଜାତୀୟ ରେଫରି ଦୁର୍ଗାମାଧବ ନାଏକ ମ୍ୟାଚ କମିଶନର ଦାୟିତ୍ବ ତୁଲାଇଥିଲେ। ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣସମ୍ପାଦକ ପ୍ରଭାତ କୁମାର ଭୋଳ, ନିତ୍ୟ କୁମାର ବଳ, ସୂରଜ ଭୈଷାଲ, ରୋମାଞ୍ଚ ଭୈଷାଲ, ପ୍ରଶାନ୍ତ ପଟେଲ, କିଞ୍ଜିର୍ମା ମହାବିଦ୍ୟାଳୟର ଆଦିତ୍ୟ ନାଏକ, ସମୀର ନାଏକ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର