କ୍ଷେତ୍ରବାସୀ ନାଏକ ପାଇବେ କିଶୋରୀ ଚରଣ ପୁରସ୍କାର

କଟକ : ଯୁବ କଥାକାର କ୍ଷେତ୍ରବାସୀ ନାଏକ ପାଇବେ ଚଳିତବର୍ଷର କିଶୋରୀ ଚରଣ ପୁରସ୍କାର । ‘ଶବ ବାହାକ’ ଗଳ୍ପ ସଂକଳନ ପାଇଁ ଶ୍ରୀ ନାଏକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ସ୍ୱରୂପ ନଗଦ ୧୦ ହଜାର ଟଙ୍କା, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ ବୋଲି କିଶୋରୀ ଚରଣ ସ୍ମୃତି ସଂସଦ ପକ୍ଷରୁ ସମ୍ପାଦକ ଡ. ବିଜୟାନନ୍ଦ ସିଂହ ସୂଚନା ଦେଇଛନ୍ତି । ମାର୍ଚ୍ଚ ୧ତାରିଖ ଶୁକ୍ରବାର ସଂନ୍ଧ୍ୟା ୬ଟା ୩୦ମିନିଟ୍ ସମୟରେ କଟକର ଶ୍ରୀରାମଚନ୍ଦ୍ର ଭବନ ଠାରେ ଆୟୋଜିତ ହେବାକୁ ଥିବା କିଶୋରୀ ଚରଣ ଦାସଙ୍କ ଜୟନ୍ତୀ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ । ଉଲ୍ଲେଖଯୋଗ୍ୟ ଶ୍ରୀ ନାଏକ ‘ଦାଦନ’ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର ପାଇଛନ୍ତି। ୪୦ ବର୍ଷରୁ କମ୍ ବୟସ ଲେଖକ/ଲେଖିକାଙ୍କୁ ପ୍ରତିବର୍ଷ କିଶୋରୀ ଚରଣ ସ୍ମୃତି ସଂସଦ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ସମ୍ବନ୍ଧିତ ଖବର