ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀ:୨୦୧୯ ନିର୍ବାଚନଠୁ ବିଜେଡି ଓ କଂଗ୍ରେସ ବଢ଼ିଛି, ବିଜେପି ଛିଡ଼ିଛି

ଖୋର୍ଦ୍ଧା: ଉଭୟ ପଂଚାୟତ ଓ ପୌର ପରିଷଦ ନିର୍ବାଚନ ପରେ ବିଜେଡି ନିଜର ଲୋକପ୍ରିୟତା ଓ ଜନସମର୍ଥନ ବଢ଼ିଥିବା ଦାବି କରୁଥିବା ବେଳେ ବିଜେପି ବାହୁ ଓ ଅର୍ଥ ବଳ ବିନା ନିଜର ଲୋକପ୍ରିୟତା ବଜାୟ ରଖିଥିବା ଦାବି କରିଛି । ଏପରିସ୍ଥଳେ ୨୦୧୯ ବିଧାନସଭା ନିର୍ବାଚନ ସହ ପଂଚାୟତ ଓ ପୌର ନିର୍ବାଚନର ତୁଳନା କଲେ ବିଜେଡି ୨୦୧୯ ନିର୍ବାଚନ ପରଠାରୁ ୪.୧୪ ପ୍ରତିଶତ ଅଧିକ ଭୋଟ ପାଇଥିବା ବେଳେ ବିଜେପି ୭.୩୩ ପ୍ରତିଶତ କମ୍ ଭୋଟ ପାଇଛି । କଂଗ୍ରେସ ୨୦୧୯ ବିଧାନସଭା ନିର୍ବାଚନ ଠାରୁ ଆଶାତୀତ ଭାବେ ନିଜର ଭୋଟ ପ୍ରତିଶତ ୨.୪୭ରୁ ୧୭.୮୯ ପ୍ରତିଶତକୁ ବଢ଼ାଇଛି ।

୨୦୧୯ ବିଧାନସଭା ନିର୍ବାଚନରେ ମୋଟ ୨୪୨୨୫୯ ଜଣ ଭୋଟର ଥିଲେ  । ଏହା ମଧ୍ୟରୁ ୧,୭୩,୦୯୪ ଜଣ ଭୋଟ ଦେଇଥିଲେ, ଅର୍ଥାତ୍ ୭୧.୪୫ ପ୍ରତିଶତ ମତଦାନ ହୋଇଥିଲା । ଏଥିରେ, ନିର୍ବାଚନ ଘୋଷଣା ପରେ ବିଜେପି ଛାଡି ବିଜେଡି ଯୋଗ ଦେଇଥିବା ଜ୍ୟୋତିରିନ୍ଦ୍ର ନାଥ ମିତ୍ର ୮୪,୫୫୩(୪୮.୮୮%) ଭୋଟ ପାଇଥିଲେ । ପ୍ରଥମ ଥର ପାଇଁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା କାଳୁ ଚରଣ ଖଣ୍ଡାୟତରାୟ ବିଜେପି ପ୍ରାର୍ଥୀ ଭାବେ ୭୪,୫୧୦(୪୩.୦୭%) ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ସ୍ୱାଗତିକାଣ୍ଟପଟ୍ଟନାୟକ ୪୨୬୮(୨.୪୭%) ଭୋଟ ପାଇ ନିଜର ଅମାନତ ହରାଇଥିବା ବେଳେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ଜିତେନ୍ଦ୍ର ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ଭାବେ ୬୪୬୭(୩.୭୪%) ଭୋଟ ପଇଥିଲେ । ଅନ୍ୟ ତିନିଜଣ ଅମାନତ ହରାଇଥିବା ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ମୋହିତ ରଂଜନ ବେହେରା ୫୮୪(୦.୩୪%), ପ୍ରିୟ ରଂଜନ ପାତ୍ର ୫୭୩ (୦.୩୩%), ଦିଲିପ କୁମାର ବିଶ୍ୱାଳ ୪୭୬(୦.୨୮%) ଓ ଚିନ୍ତାମଣି ସାହୁ ୩୨୧(୦.୧୯%) ଭୋଟ ପାଇଥିଲେ ।

୨୦୨୨ ପଂଚାୟତ ନିର୍ବାଚନରେ, ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ୬ଟି (ଖୋର୍ଦ୍ଧା ବ୍ଲକର ୨ଟି ଓ ଟାଙ୍ଗୀର ୪ଟି ) ଜିଲ୍ଲା ପରିଷଦ ଜୋନ୍ରେ ବିଜେଡିର ସମସ୍ତ ପ୍ରାର୍ଥୀ ଜିତିଥିଲେ । ମୋଟ ୧ଲକ୍ଷ ୫୮ ହଜାର ୫୯୭ ଖଣ୍ଡ ଭୋଟ ମଧ୍ୟରୁ ୬ ଜଣ ପ୍ରାର୍ଥୀ ମୋଟ ୯୬,୬୦୪ ଟି ଭୋଟ ପାଇଥିଲେ, ଅର୍ଥାତ୍ ୬୦.୯୧ ପ୍ରତିଶତ ଭୋଟ ପାଇଥିଲେ । ବିଜେପି କୌଣସି ଜୋନ୍ରେ ଜିତି ନଥିବା ବେଳେ ଏହାର ସମସ୍ତ ପ୍ରାର୍ଥୀ ୪୭,୧୪୯ ଖଣ୍ଡ ଭୋଟ ପାଇଥିଲେ, ଅର୍ଥାତ୍ ମୋଟ ଭୋଟର ୨୯.୭୨ ପ୍ରତିଶତ ଭୋଟ ପାଇଛନ୍ତି । କଂଗ୍ରେସର ସମସ୍ତ ପ୍ରାର୍ଥୀ ୮୩୦୮ ଖଣ୍ଡ ଭୋଟ ପାଇଥିବା ବେଳେ ଏହା ମୋଟ ଭୋଟର ୫.୨୩ ପ୍ରତିଶତ ।

ଖୋର୍ଦ୍ଧା ପୌରାଂଚଳ ନିର୍ବାଚନରେ, ମୋଟ ୩୭,୫୪୧ ଭୋଟରଙ୍କ ମଧ୍ୟରୁ ୨୫,୩୧୧ ଟି ମତଦାନ ହୋଇଥିଲା, ଅର୍ଥାତ୍ ୬୭.୪୨ ପ୍ରତିଶତ । ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ୧୧,୪୨୫ ଖଣ୍ଡ ଭୋଟ ପାଇଥିଲେ ଯାହା ମୋଟ ଭୋଟର ୪୫.୧୩ ପ୍ରତିଶତ । ବିଜେପି ପ୍ରାର୍ଥୀ ୧୦, ୫୭୩ ଖଣ୍ଡ ଭୋଟ, ଅର୍ଥାତ୍ ୪୧.୭୭ ପ୍ରତିଶତ ଓ କଂଗ୍ରେସ ପ୍ରାର୍ଥୀ ୨୯୫୩ ଖଣ୍ଡ ଭୋଟ ଅର୍ଥାତ୍ ୧୧.୬୬ ପ୍ରତିଶତ । ଯଦି ପଂଚାୟତ ନିର୍ବାଚନର ଜିଲ୍ଲା ପରିଷଦ ସଭ୍ୟ ଓ ପୌର ପରିଷଦର ପ୍ରାର୍ଥୀଙ୍କ ଭୋଟକୁ ଆକଳନ କରାଯାଏ ତେବେ  ମୋଟ ୧ଲକ୍ଷ ୮୩ ହଜାର ୯୧୦ ଖଣ୍ଡ ଭୋଟ ମଧ୍ୟରୁ ଉଭୟ ଜିଲ୍ଲା ପରିଷଦ ଓ ପୌର ପରିଷଦ ଅଧ୍ୟକ୍ଷରେ ବିଜେଡି ପ୍ରାର୍ଥୀ ୫୩.୦୨ ପ୍ରତିଶତ ଭୋଟ ପାଇଥିବା ବେଳେ, ବିଜେପି ପ୍ରାର୍ଥୀ ୩୫.୭୪ ପ୍ରତିଶତ ଓ କଂଗ୍ରେସ

୨୦୨୨ ପୌର ଓ ପଂଚାୟତ ନିର୍ବାଚନ ଠାରୁ ୨୦୧୯ ବିଧାନସଭା ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ଓ ମତଦାନ ହାର କମ୍ ରହିଛି । ଏହା ସହ ବିଧାନସଭା ନିର୍ବାଚନରେ ନିର୍ବାଚନୀ ପ୍ରସଙ୍ଗ ଏବଂ ପୌର ଓ ପଂଚାୟତ ନିର୍ବାଚନରେ ନିର୍ବାଚନୀ ପ୍ରସଙ୍ଗ ମଧ୍ୟ ଅନେକ ଭିନ୍ନତା ରହିଛି । ତଥାପି, ଦଳ ପ୍ରତି ଲୋକଙ୍କ ସମର୍ଥନକୁ କେବଳ ବିଚାରକୁ ନିଆଯାଏ ତେବେ ବିଜେଡି ଗତ ତିନି ବର୍ଷ ମଧ୍ୟରେ ଲୋକଙ୍କ ମଧ୍ୟରେ ନିଜର ଲୋକପ୍ରିୟତା ଓ ସମର୍ଥନକୁ କେବଳ ବଜାୟ ରଖିନାହିଁ ବରଂ ବଢ଼ାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସମ୍ବନ୍ଧିତ ଖବର