ଖୋର୍ଦ୍ଧା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନରେ ବରିଷ୍ଠ ଓକିଲ ବିଜୟ କୁମାର ସାମନ୍ତସିଂହାର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ପ୍ରଦୀପ କୁମାର ମିଶ୍ର ନିର୍ବାଚନ ହୋଇଛନ୍ତି ।

ଆଜି ନିର୍ବାଚନରେ ମୋଟ ୩୩୪ଟି ଭୋଟ ମଧ୍ୟରୁ ୨୯୯ଟି ମତଦାନ ହୋଇଥିଲା । ସଭାପତି ଭାବେ ନୃସିଂହ ମିଶ୍ର ଓ ବିଜୟ କୁମାର ସାମନ୍ତସିଂହାର ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ଏଥିରେ ଶ୍ରୀ ସାମନ୍ତସିଂହାର ୧୭୨ଟି ଭୋଟ ପାଇ ବିଜୟ ହୋଇଥିଲେ । ସେହିଭଳି ଉପସଭାପତି ଭାବେ ପ୍ରଭାତ କୁମାର ବେହେରା ନିର୍ବାଚିତ ହୋଇଛନ୍ତି । ବିକ୍ରମ କେଶରୀ ଛୁଆଳସିଂହ ଯୁଗ୍ମ ସମ୍ପାଦକ, ଅଜିତ କୁମାର ମିଶ୍ର, ଆଲୋକ କୁମାର ସିଂହ, ମନୋରଂଜନ ପଣ୍ଡା, ଉମେଶ ଚନ୍ଦ୍ର ହୋତା ଏକ୍ଜିକ୍ୟୁଟିଭ୍ ବୋଡି ବରିଷ୍ଠ ସଭ୍ୟ ଭାବେ ମନୋନୀତ ହୋଇଥିବା ବେଳେ ଏ ମହାପାତ୍ର, ଦାମନ କୁମାର ପାତ୍ର କନିଷ୍ଠ ସଭ୍ୟ ଭାବେ ଓ ମହିଳା ସଭ୍ୟ ଭାବେ ମନିରା ବେଗମ ମନୋନୀତ ହୋଇଛନ୍ତି ।

ସମ୍ବନ୍ଧିତ ଖବର