ଖୋର୍ଦ୍ଧା: ଗତ ଦୁଇ ଦିନ ଧରି ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମ ଠାରେ ଚାଲିଥିବା ରାଜ୍ୟସ୍ତରୀୟ ମହକ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲା ଚାମ୍ପିଅନ୍ ହୋଇଛି। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ୧୮ ବର୍ଷରୁ କମ୍ ଶିଶୁମାନେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ଦୌଡ଼-କୁଦ, ନୃତ୍ୟ, ସଂଗୀତ, ତର୍କ ଓ ସାଧାରଣଜ୍ଞାନ ଆଦି ପ୍ରତିଯୋଗିତା ହୋଇଥିଲା। ନୃତ୍ୟ-ସଂଗୀତ, ତର୍କ ଓ ସାଧାରଣଜ୍ଞା- ଚାରିଟି ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନେ ପ୍ରଥମ ସ୍ଥାନ ଅଧିକାର କରିବା ସହ ୨୦୨୩ର ଚାମ୍ପିଅନ ହୋଇଛନ୍ତି। ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ କଲ୍ୟାଣ ବଭାଗର ସଚିବ ଶୁଭା ଶର୍ମା, ଅତିରିକ୍ତ ସଚିବ ରେଗା ଗୀତାରାଣୀ ପଟ୍ଟନାୟକ, ଅଭିନେତା ସ୍ବରାଜ ବାରିକ, ଅନୁ ଚୌଧୁରୀ, ଗାୟିକା ଦୀପ୍ତିରେଖା ପାଢ଼ୀ, ଶିଶୁ ସୁରକ୍ଷା ସମିତିର ପ୍ରକଳ୍ପ ପରିଚାଳକ ପ୍ରୀତିକାନ୍ତ ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟସ୍ତରୀୟ ମହକରେ ଖୋର୍ଦ୍ଧା ଜିଲ୍ଲା ଚାମ୍ପିଅନ
/sambad/media/post_attachments/wp-content/uploads/2023/11/Mahaka-pratiyogita-re-Khordha-Champion.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)