ଖୋର୍ଦ୍ଧା: ସରି ସରି ଆସୁଛି ଖୋର୍ଦ୍ଧା ମହୋତ୍ସବ। ଐତିହ୍ୟ, କଳା ଓ ସଂସ୍କୃତିକୁ ଉଦ୍ଜ୍ଜୀବିକ ରଖିବା ପାଇଁ ଖୋର୍ଦ୍ଧା ପାଇକ ମାଟିରେ ଆରମ୍ଭ ହୋଇଥିବା ଏହି ସାମୂହିକ ଉତ୍ସବ ଆଉ କେଇଟା ଦିନରେ ସମାପ୍ତ ହେବାକୁ ଯାଉଛି। ସେଥିପାଇଁ ହାବେଳି ପଡ଼ିଆ ଜନ ସମୁଦ୍ର ରୂପ ନେଇଛି। ଷଷ୍ଠ ସଂଧ୍ୟାରେ ଦର୍ଶକଙ୍କ ଗହଳିରେ ହାବେଳି ପଡ଼ିଆ ଉଛୁଳି ପଡ଼ିଛି। ଆଜି ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା
ସମ୍ବଲପୁରୀ ନୃତ୍ୟ ଓ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ପରିବେଶଷି ଓଡ଼ିଶୀ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଓଡ଼ିଶୀ ନୃତ୍ୟ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ମନେ ପକାଇ ଦେଇଥିଲା। ଗୋଟିଏ ପରେ ଗୋଟିଏ ନୃତ୍ୟ ଅନୁଷ୍ଠାନର ଶିଳ୍ପୀମାନଙ୍କ ନିଖୁଣ ନୃତ୍ୟ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଛି। ଗୋଟିଏ ସ୍ଥାନରେ ସମସ୍ତ ଘରକରଣା ଜିନିଷ କିଣିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଖାଦ୍ୟପେୟ ଷ୍ଟଲର ବେଶ ମଜା ଉଠାଇଛନ୍ତି ଖୋର୍ଦ୍ଧାବାସୀ ।
ନିୟୁ ଥିଙ୍କିଙ୍ଗ୍ ଫୋରମ ପକ୍ଷରୁ ଆୟୋଜିତ ହୋଇଥିବା ୨୪ତମ ଖୋର୍ଦ୍ଧା ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ ଓ ସାଧାରଣ ସଂପାଦକ ନରେନ୍ଦ୍ର ପୃଷ୍ଟିଙ୍କ ତତ୍ୱବଧାନରେ ଅନୁଷ୍ଠିତ ମଂଚ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜେପି ନେତା କାଳୁ ଖଣ୍ଡାୟତରାୟ, ନିକୁଞ୍ଜ ପଟ୍ଟନାୟକ, ଶିକ୍ଷାବିତ ପଦ୍ମନାଭ ବିଶ୍ବାଳ, ଆଇନଜୀବୀ ସଂଘର ସଭାପତି ସର୍ବେଶ୍ଵର ସାହୁ, ସଂପାଦକ ମନ୍ମଥ ମିଶ୍ର, ଡ଼ଃ. ଲିଙ୍କି ଧୀର ଯୋଗଦେଇ ବୀର ପାଇକମାନଙ୍କ ଗୁଣଗାରିମା ଓ ଖୋର୍ଦ୍ଧା ଇତିହାସକୁ ରୋମନ୍ଥନ କରିଥିଲେ । ଏଥିସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲ। କାର୍ଯ୍ୟକ୍ରମକୁ ମହୋତ୍ସବ କମିଟିର ବରିଷ୍ଠ ସଦସ୍ୟ ବିଧାନଚନ୍ଦ୍ର ମହାନ୍ତି, ପ୍ରଫୁଲ ସାମନ୍ତରାୟ, କୃଷ୍ଣଚନ୍ଦ୍ର ହରିଚନ୍ଦନ, ଗୌରୀଶଙ୍କର ତ୍ରିପାଠୀ ପ୍ରମ୍ମୁଖ ପରିଚାଳନା କରିଥିଲେ ।