ସଂକ୍ରମଣ କମୁଛି, ତଥାପି ରେଡ୍‌ ଜୋନ୍‌ରେ ଖୋର୍ଦ୍ଧା

ଭୁବନେଶ୍ବର : ସାରା ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରିକି ଟିପିଆର୍‌ ଖସିକି ୩.୪୮%ରେ ପହଞ୍ଚିଛି। ସବୁଠୁ ବିପଦଜନକ ଥିବା ଖୋର୍ଦ୍ଧା ଜିଲ୍ଲାର ଟିପିଆର୍‌ କମିକି ୬.୫%ରେ ପହଞ୍ଚିଛି। କିନ୍ତୁ ସକ୍ରିୟ ଆକ୍ରାନ୍ତଙ୍କ ଦୃଷ୍ଟିରୁ ଖୋର୍ଦ୍ଧା ଏକମାତ୍ର ଜିଲ୍ଲା ଭାବେ ଏବେ ରେଡ୍‌ ଜୋନ୍‌ରେ ଅଛି। ଏଠାରେ ଏବେ ୪୩୭୭ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସେହିପରି ୟେଲୋ ଜୋନ୍‌ରେ ସୁନ୍ଦରଗଡ଼, କଟକ ଓ ଯାଜପୁର ଅଛନ୍ତି। ଏଠାରେ ଯଥାକ୍ରମେ ୧୫୬୦, ୧୩୮୮, ୧୦୭୩ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ନଥିବାରୁ ବାକି ସବୁ ଜିଲ୍ଲା ‌ଗ୍ରିନ୍ ଜୋନ୍‌ରେ ଅଛନ୍ତି। କିନ୍ତୁ ଟିପିଆର୍‌ ଦୃଷ୍ଟିରୁ ସୁନ୍ଦରଗଡ଼ ଜିଲ୍ଲା ରେଡ୍‌ ଜୋନ୍‌ରେ ଅଛି। ଏଠାରେ ଆଜି ଟିପିଆର୍‌ ବଢ଼ି ୧୦.୯% ଅଛି। ମାଲକାନଗିରିରେ କିନ୍ତୁ ସବୁଠୁ କମ୍‌ ୧୧୩ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଅପରପକ୍ଷେ ରାଜ୍ୟରେ ଦୈନିକ କରୋନା ମୃତ୍ୟୁ ଉପରମୁହାଁ ରହିଛି। ଅାଜି ୨୩ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ୮୭୩୪ରେ ପହଞ୍ଚିଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଶନିବାର ୬୦୪୮୩ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ଆଜି ୨୧୦୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୩୬୨୪ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର