ରେକର୍ଡ ଭାଙ୍ଗିଲା ଖୋର୍ଧା : ଦିନକରେ ୯୦୨ ଆକ୍ରାନ୍ତ, ରାଜ୍ୟରେ ୪୩୫୬ ପଜିଟିଭ୍

ଭୁବନେଶ୍ୱର : ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ଲାଗି ରାଜ୍ୟ ସରକାରଙ୍କ ସବୁ ଉଦ୍ୟମ ବିଫଳ ହୋଇଛି। କେତେବେଳେ ଭୁବନେଶ୍ବରରେ ସଂକ୍ରମଣ ଶୀର୍ଷରେ ରହୁଛି ତ କେତେବେଳେ ଖୋର୍ଧା ଗ୍ରାମାଞ୍ଚଳରେ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳୁଛି। ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା ଏହି ଧାରା ଚଳିତ ମାସ ଶେଷ ସୁଦ୍ଧା ଜାରି ରହିଛି।

ଗତ ୨୪ ଘଣ୍ଟାରେ ଖୋର୍ଧା ଜିଲ୍ଲାରେ ଦିନିକିଆ ସଂକ୍ରମଣରେ ସବୁ ରେକର୍ଡ ଭାଙ୍ଗିଛି। ଖୋର୍ଧାରୁ ରେକର୍ଡ ସଂଖ୍ୟକ ୯୦୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ୪୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୨ଲକ୍ଷ ୫ହଜାର ୪୫୨ରେ ପହଞ୍ଚିଛି। ଦେଶର ଅଷ୍ଟମ ରାଜ୍ୟ ଭାବେ ଓଡ଼ିଶା ଗତକାଲି ସଂକ୍ରମଣରେ ୨ଲକ୍ଷ ସଂଖ୍ୟା ପାର୍‌ କରିଛି। ରାଜ୍ୟରେ ଏବେ ପ୍ରତିଦିନ ୧୪/୧୫ଟି ଜିଲ୍ଲାରୁ ‌ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଖୋର୍ଧା, କଟକ, ପୁରୀ ବାଦ୍ ଅନୁଗୁଳ, ମୟୂରଭଞ୍ଜ ଓ ଯାଜପୁର ଭଳି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଲକ୍ଷ୍ୟ କରାଯାଇଛି। ରାଜ୍ୟର ୧୨ଟି ଜିଲ୍ଲାରେ ୫ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ସାରିଲାଣି। ଖୋର୍ଧାରେ ସର୍ବାଧିକ ୩୫, ୦୮୦ ରୋଗୀ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ୧୯,୯୯୬ କଟକ ୧୯,୨୩୩ ଓ ପୁରୀରେ ୯୪୪୧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

କରୋନା ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ରାଜ୍ୟରେ ବୃଦ୍ଧି ପାଇଛି। ଲଗାତାର ଭାବେ ଏବେ ରାଜ୍ୟରେ ପ୍ରତ୍ୟେକ ଦିନ ୧୫ରୁ ଅଧିକ ରୋଗୀଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଉଛି। ଆଜି ୧୬ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ଭୁବନେଶ୍ବରରୁ ସର୍ବାଧିକ ୪ଜଣ ରହିଛନ୍ତି। ଏହାବାଦ୍ ପୁରୀ ଓ କୋରାପୁଟ ୩ଜଣ ଲେଖାଏଁ, ବାଲେଶ୍ବର, ବଲାଙ୍ଗୀର, କଟକ, ଜଗତ୍‌ସିଂହପୁର, ଯାଜପୁର ଓ ମୟୂରଭଞ୍ଜରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୭୮୩ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୨୧୮ଜଣ, ଖୋର୍ଧା ୧୨୩, କଟକ ୬୨, ପୁରୀ ୫୦, ସୁନ୍ଦରଗଡ଼ ୩୯, ରାୟଗଡ଼ା ୩୭, ସମ୍ବଲପୁର ଓ ଗଜପତିରେ ୨୨ ଲେଖାଏଁ, କନ୍ଧମାଳ, ବାଲେଶ୍ବର ଓ ମୟୂରଭଞ୍ଜରେ ୨୧ଜଣ ଲେଖାଏଁ, ବଲାଙ୍ଗୀର ଓ ନୟାଗଡ଼ରେ ୨୦ଜଣ ଲେଖାଏଁ, ଭଦ୍ରକ ୧୨, ମାଲକାନଗିରି ୧୧, କୋରାପୁଟ ଓ କେନ୍ଦୁଝରରେ ୧୦ଜଣ ଲେଖାଏଁ କରୋନାର ଶିକାର ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ଚିହ୍ନଟ ୪୩୫୬ ଆକ୍ରାନ୍ତଙ୍କ ମଧ୍ୟରେ ୨୫୨୯ ସଙ୍ଗରୋଧରୁ ଓ ୧୮୨୭ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ଖୋର୍ଧାକୁ ବାଦ୍ ଦେଲେ କଟକରୁ ୪୦୯, ଷ୍ଟେଟ୍‌ ପୁଲ ୩୨୬, ଅନୁଗୁଳ ୧୯୭, ବାଲେଶ୍ବର ୧୯୪, ନୂଆପଡ଼ା ୧୭୩, ଜଗତ୍‌ସିଂହପୁର ୧୭୧, ପୁରୀ ୧୬୮, ମୟୂରଭଞ୍ଜ ୧୫୮, ଯାଜପୁର ୧୩୬, ଭଦ୍ରକ ୧୨୪, ରାୟଗଡ଼ା ୧୨୧, ଝାରସୁଗୁଡ଼ା ୧୨୦, କେନ୍ଦ୍ରାପଡ଼ା ୧୧୯, ବରଗଡ଼ ୧୦୬, ସୁନ୍ଦରଗଡ଼ ୧୦୧, କନ୍ଧମାଳ ୯୧, ଢେଙ୍କାନାଳ ୮୪, କୋରାପୁଟ ୮୨, ସମ୍ବଲପୁର ୮୧, ବଲାଙ୍ଗୀର ୭୬, କଳାହାଣ୍ଡି ୭୧, ଗଞ୍ଜାମ ୬୨, ନବରଙ୍ଗପୁର ୫୮, କେନ୍ଦୁଝର ୫୫, ନୟାଗଡ଼ ୫୧, ବୌଦ୍ଧ ୪୯, ମାଲକାନଗିରି ୨୮, ଗଜପତି ୨୦, ସୋନପୁର ଓ ଦେବଗଡ଼ରୁ ୧୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ଆଜି ଦିନକରେ ରାଜ୍ୟରେ ୪୭୬୧ ରୋଗୀ ସୁସ୍ଥ ହୋଇଛନ୍ତି। ଗତକାଲିର ସୁସ୍ଥ ରେକର୍ଡ ଆଜି ଭାଙ୍ଗିଛି। ଫଳରେ ରାଜ୍ୟରେ ସମୁଦାୟ ସୁସ୍ଥ ‌ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୭୦ହଜାର ୧୯୩ରେ ପହଞ୍ଚିଛି। ଖୋର୍ଧାରୁ ସର୍ବାଧିକ ୧୧୭୩ଜଣ ସୁସ୍ଥ ହୋଇଛନ୍ତି। କଟକ ୪୧୧, ମୟୂରଭଞ୍ଜ ୨୧୬, ସୁନ୍ଦରଗଡ଼ ୧୬୭, ଯାଜପୁର ୧୪୨, ବରଗଡ଼ ୧୪୧, ବାଲେଶ୍ବର ୧୩୭, ନବରଙ୍ଗପୁର ୧୧୪, ଜଗତସିଂହପୁର ଓ ସୋନପୁରରୁ ୧୦୩ ଲେଖାଏଁ, କୋରାପୁଟ ୧୦୨, ଅନୁଗୁଳ ୧୦୧, ଢେଙ୍କାନାଳ ୯୮, କଳାହାଣ୍ଡି ୯୭, ଝାରସୁଗୁଡ଼ା ୯୨, ସମ୍ବଲପୁର ୯୧, କେନ୍ଦୁଝର ୯୦, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୮୯ ଲେଖାଏଁ, ଭଦ୍ରକ ୮୬, ମାଲକାନଗିରି ୬୬, ବୌଦ୍ଧ ୬୧, ଗଞ୍ଜାମ ୫୬, ନୂଆପଡ଼ା ୫୩, ରାୟଗଡ଼ା ୫୧, ନୟାଗଡ଼ ୪୨, ଦେବଗଡ଼ ୧୬, ଗଜପତି ୧୩ ଓ ଷ୍ଟେଟ୍‌ ପୁଲ ୫୮୭ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର