ଖୋର୍ଦ୍ଧା : ଦାଦା ବଟି ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଗ୍ରାମାଂଚଳ ପୁଲିସ ପକ୍ଷରୁ ଜିଲ୍ଲାରେ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି ।
ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ, ଖୋର୍ଦ୍ଧା ଗ୍ରାମାଂଚଳରେ ଦାଦାବଟି ବିରୋଧରେ ପଦକ୍ଷେପ ନେବାକୁ ଜଣେ ଡିଏସ୍ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ବେଆଇନ ଭାବେ ଡରାଇ ଧମକାଇ ଚାନ୍ଦା ଆଦାୟ କରିବା, ଦାଦା ବଟି ମାଗିବା ନେଇ କୌଣସି ସୂଚନା ମିଳିଲେ ସାଧାରଣ ନାଗରିକ ସମ୍ପୃକ୍ତ ଟିମ୍କୁ ଫୋନ୍ ଯୋଗେ ସୂଚିତ କରିବେ । ପୁଲିସ ଅଭିଯୋଗକାରୀଙ୍କ ପରିଚୟ ସଂପୂର୍ଣ୍ଣ ଗୁପ୍ତ ରଖିବା ସହ ସେମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବ ବୋଲି ଏସ୍ପି ଶ୍ରୀ ସ୍ୱାଇଁ କହିଛନ୍ତି ।
ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଡିଏସ୍ପି ସୁନୀଲ କାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଜଣେ ଇନ୍ସପେକ୍ଟର, ଜଣେ ଏଏସ୍ଆଇ ଓ ୪ଜଣ କନେଷ୍ଟବଳ ରହିଛନ୍ତି । କୌଣସି ଦାଦା ବଟି ନେଇ ଅଭିଯୋଗ ଡିଏସ୍ପି (ମୋବାଇଲ୍ ନମ୍ବର ୯୪୩୭୨୦୮୮୦୧), ଇନ୍ସପେକ୍ଟର ଅର୍ଚ୍ଚନା ମଲ୍ଲିକ(୭୦୦୮୪୦୧୦୫୪)ଙ୍କ ନିକଟରେ ଦାଖଲ କରିପାରିବେ।
ଏନେଇ ଡିଏସ୍ପି ଶ୍ରୀ ମହାନ୍ତି କହିଛନ୍ତି ଯେ ଗତ ଦୁଇ ଦିନ ମଧ୍ୟରେ ଦାଦା ବଟି ନେଇ କୌଣସି ଅଭିଯୋଗ ଆସିନାହିଁ । ତେବେ ଏନେଇ ଜନସାଧାରଣ ସଚେତନ ରହିବା ଆବଶ୍ୟକ । କୌଣସି ଦାଦାବଟି ସମ୍ପର୍କିତ ସୂଚନା ସେମାନଙ୍କୁ ଜଣାଇଲେ ଆଇନାନୁସାରେ ତୁରନ୍ତ ପଦକ୍ଷେପ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Shri-Ajay-Pratap-Swain-OPS-I.jpg)