ଭୁବନେଶ୍ୱର : ବାତ୍ୟା ଫନି ଯିବା ପରେ ଖୋର୍ଦ୍ଧା ଅଞ୍ଚଳରେ ସ୍ଥିତି ସାଂଘାତିକ ହୋଇ ପଡ଼ିଛି । ବଡ଼ ବଡ଼ ଗଛ ଉପୁଡିବା ସହ ଅନେକ ଘର ଭାଙ୍ଗି ପଡିଛି । ବାତ୍ୟାର ଛଅ ଦିନ ପରେ ବି ବିଦ୍ୟୁତ ଯୋଗାଣ ଓ ପିଇବା ପାଣି ମୁନ୍ଦେ ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି ।
Skymet Weatherକଲେକ୍ଟର ଅଫିସଠାରୁ ମାତ୍ର ୨୦୦ ମିଟର ଦୂରରେ ଅବସ୍ଥିତ ବସ୍ତିବାସିନ୍ଦାଙ୍କ ନିକଟରେ ପହଁଚିପାରିନି ପ୍ରଶାସନ । ରିଲିଫ୍ କିମ୍ବା କୌଣସି ସରକାରୀ ସହାୟତା ନ ପହଁଚିବାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଲୋକେ । କିନ୍ତୁ ଏବେ ବି ଫନିି ପ୍ରଭାବିତ ଲୋକେ ସରକାରଙ୍କ ସହାୟତାକୁ ଚାତକ ପରି ଚାହିଁ ରହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/03cyclone-fan4.jpg)