ଖୋର୍ଦ୍ଧା ଏସ୍‌ପି, ତଦନ୍ତକାରୀ ଅଧିକାରୀଙ୍କୁ ନୋଟିସ୍‌

ଭୁବନେଶ୍ବର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀର ସୂଚନା ବିଳମ୍ବରେ ବାଚସ୍ପତିଙ୍କୁ ଦେବା ପ୍ରସଙ୍ଗରେ ବିଧାନସଭାର ସଚିବାଳୟ ପକ୍ଷରୁ ଖୋର୍ଦ୍ଧା ଏସ୍‌ପି ଓ ତଦନ୍ତକାରୀ ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସୂଚନାଯୋଗ୍ୟ ଯେ ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ଗିରଫଦାରୀ ନେଇ ଖୋର୍ଦ୍ଧା ଏସ୍‌ପି ବାସଚସ୍ପତିଙ୍କୁ ବିଳମ୍ବରେ ଜଣାଇଥିବାରୁ କଂଗ୍ରେସ ନେତା ନରସିଂହ ମିଶ୍ର ଶନିବାର ବିଧାନସଭାରେ ଖୋର୍ଦ୍ଧା ଏସ୍‌ପି ଓ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଦେଇଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହା ଉପରେ ତର୍ଜମା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର