ଜଙ୍ଗଲ ଜମି ଅଧିଗ୍ରହଣରେ ଅଟକିଛି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ

ସୋନପୁର : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ରେଳପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ୧୦୪ ଏକର ୮୬୫ ଡିସିମିଲ ସରକାରୀ ଜମି ରେଳ ବିଭାଗକୁ ହସ୍ତାନ୍ତର କରଯାଇଛି। ଏହି ରେଳପଥ ନିର୍ମାଣ ପାଇଁ ଜିଲ୍ଲାରେ ୩୦ଟି ଗ୍ରାମର ୫୪୨.୯୦୯ ଏକର ସରକାରୀ ଜମି ଯାଉଛି। ଏପର୍ଯ୍ୟନ୍ତ ୧୮ଟି ଗ୍ରାମର ୩୦୬.୧୪୬ ଏକର ବେସରକାରୀ ଜମି ରେଳ ବିଭାଗକୁ ହସ୍ତାନ୍ତର କରାଯାଇ ସାରିଛି। ସେହିପରି ୭ଟି ଗ୍ରାମ‌ର ଜମି ଅଧିଗ୍ରହଣ ସରିଥିବା ବେଳେ ଏହା ରେଳ ବିଭାଗକୁ ହସ୍ତାନ୍ତର କରାଯିବା ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହରିଡାପାଲି ଏବଂ ହଳଦୀପାଲି ଆଦି ୨ଟି ଗ୍ରାମରେ ଜମି ଅଧିଗ୍ରହଣ ପାଇଁ କ୍ଷତିପୂରଣ ରାଶି ପ୍ରଦାନ ଚାଲିଛି। କେବଳ ସିଂଗାରୀ ଓ ଧୁବାମୁଣ୍ଡା ଗ୍ରାମରେ କ୍ଷତିପୂରଣ ରାଶି ବଣ୍ଟନ ହୋଇ ନାହିଁ।

ଖୋର୍ଦ୍ଧା- ବଲାଙ୍ଗୀର ରେଳପଥ ପାଇଁ ନିବୃତି ଯୋର, ସୁକତେଲ ଏବଂ ତେଲନଦୀ ସେତୁ କାର୍ଯ୍ୟ ଚାଲିଛି। ତେବେ ଜିଲ୍ଲାରେ ଯାଉଥିବା ୬୨ ହେକ୍ଟର ଜଙ୍ଗଲ ଜମି ଏ ପର୍ଯ୍ୟନ୍ତ ଅଧିଗ୍ରହଣ ହୋଇ ନାହିଁ। ଏହି ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଚାଲିଥିବା ସୂଚନା ଦିଆଯାଇଛି। ବଲାଙ୍ଗୀର ପଟରୁ ଖମ୍ବେଶ୍ବରୀପାଲି ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜମି ଅଧିଗ୍ରହଣ ସରିଥିବାରୁ ବଲାଙ୍ଗୀର ପଟରୁ ଖମ୍ବେଶ୍ବରୀପାଲି ପର୍ଯ୍ୟନ୍ତ ରେଳପଥ ନିର୍ମାଣ ଆରମ୍ଭ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଳ ବିଭାଗକୁ ଲେଖାଯାଇଛି। ତେବେ ରେଳପଥ ନିର୍ମାଣରେ ବିଳମ୍ବ ହେଉଥିବାରୁ ଏହାକୁ ନେଇ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି। ସୋନପୁର ‌ଦେଇ ରେଳପଥ ଗଲେ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ବିକାଶ, ବାଣିଜ୍ୟିକ ବିକାଶ, ଅର୍ଥନୈତିକ ବିକାଶ ହେବ ତେବେ ପ୍ରାୟ ୫୦ ବର୍ଷ ହେଲା ଖୋର୍ଦ୍ଧା- ବଲାଙ୍ଗୀର ରେଳପଥ ନିର୍ମାଣ ପରିକଳ୍ପନା ଥିଲେ ମଧ୍ୟ ସରୁ ନାହିଁ।

ସମ୍ବନ୍ଧିତ ଖବର