ଖୋର୍ଦ୍ଧା: ଗତ ରାତିରେ ଶ୍ରୀରାମ ବଜାର ଅନ୍ତର୍ଗତ ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ଥିବା ଏକ୍ସିସ୍‌ ବ୍ୟାଙ୍କ୍‌, ନିରାକାରପୁର ଶାଖାର ଏଟିଏମ୍‌ କଟା ଯାଇ ଚୋରି ହୋଇଛି।

ଆଜି ସକାଳେ ସ୍ଥାନୀୟ ଲୋକେ ଏ ଘଟଣା ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ।

Advertisment

publive-image

ଘଟଣାସ୍ଥଳରେ ପୁଲିସ ଓ ପରେ ପରେ ବ୍ୟାଙ୍କ ଅଧିକାରୀ ଆସି ପହଞ୍ଚି ଥିଲେ। ଚୋରମାନେ ଗ୍ୟାସ୍‌ କଟର୍‌ ସାହାଯ୍ୟରେ ଏଟିଏମ୍‌ ମେସିନ୍‌ କାଟି ଟଙ୍କା ନେଇଥିବା ଜଣାପଡ଼ିଛି। ଠିକ୍‌ କେତେ ଟଙ୍କା ଚୋରି ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ, ଶୁକ୍ରବାର ଦିନ ସେଥିରେ ୧୪ ଲକ୍ଷ ଟଙ୍କା ଭରା ଯାଇଥିଲା। ଶୁକ୍ରବାର ଏବଂ ଶନିବାର ତମାମ ଗ୍ରାହକମାନେ କିଛି ଟଙ୍କା ଉଠାଇ ଥିବେ। ଅନୁମାନ କରାଯାଉଛି ଚୋରମାନେ ପ୍ରାୟ ୮ ରୁ ୧୦ ଲକ୍ଷ ଟଙ୍କା ନେଇ ଥାଇ ପାରନ୍ତି।

ଘଟଣାସ୍ଥଳରେ ସ୍ଥାନୀୟ ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ବାଲୁଗାଁ ଏସ୍‌ଡିପିଓ ମଧ୍ୟ ଉପସ୍ଥିତ ଅଛନ୍ତି।

ଘଟଣାର ସବିଶେଷ ତଦନ୍ତ କରାଯିବା ପାଇଁ ପୁରୀରୁ ସାଇଣ୍ଟିଫିକ୍‌ ଟିମ୍‌ ମଗାଯାଇଛି।