ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ କୋତୋଳାଙ୍ଗ ଗାଁ’ରେ ଯୌତୁକ ଦାବି କରି ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି ବୋଲି କୁହାଯାଉଛି।
ମୃତ ମହିଳା ହେଉଛନ୍ତି କାଳିନ୍ଦୀ ବେହେରାଙ୍କ ପତ୍ନୀ ବିନତୀ।
ବର୍ଷେ ତଳେ କାଳିନ୍ଦୀ ଓ ବିନତୀ ପ୍ରେମ ବିବାହ କରିଥିଲେ। ଗତ ରାତିରେ ତାଙ୍କ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି ବିନତୀଙ୍କ ବାପଘର ଲୋକେ ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ବିନତୀଙ୍କ ଶବ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇଛି।