କରୋନା ନିୟନ୍ତ୍ରଣ ପାଇଁ ଖୋର୍ଦ୍ଧା ସବ୍‌ଡିଭି‌ଜନରେ ନୂଆ କଟକଣା, ଅପରାହ୍ନ ୨ଟାରୁ ପରଦିନ ସକାଳ ୬ଟା ଯାଏଁ ଦୋକାନ ବଜାର ବନ୍ଦ

ଖୋର୍ଦ୍ଧା: କରୋନା ନିୟନ୍ତ୍ରଣ ପାଇଁ ଖୋର୍ଦ୍ଧା ସବ୍‌ଡିଭି‌ଜନରେ ନୂଆ କଟକଣା ଲାଗୁ କରିଛି ଜିଲ୍ଲା ପ୍ରଶାସନ। ଏନେଇ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ସୂଚନା ଦେଇଛନ୍ତି । ସକାଳ ୭ଟାରୁ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ । ତେବେ ଅପରାହ୍ନ ୨ଟାରୁ ପରଦିନ ସକାଳ ୬ଟା ଯାଏଁ ଦୋକାନ ବଜାର ବନ୍ଦ ରହିବ ।  ଔଷଧ ଓ ପେଟ୍ରୋଲ ପମ୍ପ ବ୍ୟତୀତ ସବୁ ଦୋକାନ, ବଜାର ବନ୍ଦ ରହିବ ।

ତେବେ ଜୁନ୍ ୩୦ ଯାଏଁ ଏ କଟକଣା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ସୂଚନା ଦେଇଛନ୍ତି । ତେବେ ଭୁବନେଶ୍ୱର ମହାନଗର ନିଗମ ପାଇଁ ଏ କଟକଣା ଲାଗୁ ହେବ ନାହିଁ ବୋଲି ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଆଜି ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ ନୂଆ କରୋନା ପିଜଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଆଜି ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ୫,  କେନ୍ଦ୍ରାପଡ଼ା ଜିଲ୍ଲାରୁ ୯, କଟକ, କଳାହାଣ୍ଡି , ବଲାଙ୍ଗୀର, ବରଗଡ଼, ଓ ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ, ବାଲେଶ୍ୱର ଜିଲ୍ଲାରୁ ୪, ଜଗତସିଂହପୁର ଜିଲ୍ଲାରୁ ୯, ଗଞ୍ଜାମ ଜିଲ୍ଲାରୁ ୮, ପୁରୀ ଜିଲ୍ଲାରୁ ୧୫, ଗଜପତି ଜିଲ୍ଲାରୁ ୭ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର