ଖୋର୍ଦ୍ଧା: ଖୋର୍ଦ୍ଧା ସହର ଭିତରେ ପଶିଲା ହାତୀ । ଦୁଇଟି ଦନ୍ତା ହାତୀ ଖୋର୍ଦ୍ଧାର ଗୋପବନ୍ଧୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପଶିଥିବାର ଖବର ମିଳିଛି । ଦୁଇଟି ଦନ୍ତା ଡାକ୍ତରଖାନା ଚକ୍ଷୁ ବିଭାଗ ନିକଟରେ ରହିଛନ୍ତି । ଡାକ୍ତର, ନର୍ସ ଷ୍ଟାଫଙ୍କ କ୍ୱାର୍ଟର ନିକଟରେ ହାତୀ ବୁଲୁଛନ୍ତି । ଭୟରେ ସମସ୍ତ ମେଡିକାଲ ଷ୍ଟାଫ୍ ପୁଲିସ ଓ ବନବିଭାଗକୁ ଖବର ଦେଇଥିଲେ।
image source-update odishaପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି । ବନ ବିଭାଗ ମଧ୍ୟ ପହଞ୍ଚି ହାତୀ ଘଉଡ଼ାଇବା ଆରମ୍ଭ କରିଥିବା ଜଣାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Elephant-in-Khorda_Thumbnail.jpg)