ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ହାତୀ

ଖୋର୍ଦ୍ଧା: ଖୋର୍ଦ୍ଧା ସହର ଭିତରେ ପଶିଲା ହାତୀ । ଦୁଇଟି ଦନ୍ତା ହାତୀ  ଖୋର୍ଦ୍ଧାର ଗୋପବନ୍ଧୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପଶିଥିବାର ଖବର ମିଳିଛି । ଦୁଇଟି ଦନ୍ତା ଡାକ୍ତରଖାନା ଚକ୍ଷୁ ବିଭାଗ ନିକଟରେ ରହିଛନ୍ତି । ଡାକ୍ତର, ନର୍ସ ଷ୍ଟାଫଙ୍କ କ୍ୱାର୍ଟର ନିକଟରେ ହାତୀ ବୁଲୁଛନ୍ତି । ଭୟରେ ସମସ୍ତ ମେଡିକାଲ ଷ୍ଟାଫ୍ ପୁଲିସ ଓ ବନବିଭାଗକୁ ଖବର ଦେଇଥିଲେ।

image source-update odisha

ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି । ବନ ବିଭାଗ ମଧ୍ୟ ପହଞ୍ଚି ହାତୀ ଘଉଡ଼ାଇବା ଆରମ୍ଭ କରିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର

Comments are closed.