ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ଓ ଉଗ୍ରତାରାଙ୍କ ପୀଠରେ ୧୪ରୁ ୨୦ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ

ରଜ ଉତ୍ସବକୁ ଆଖି ଆଗରେ ରଖି ପଦକ୍ଷେପ ଗ୍ରହଣ କଲା ପ୍ରଶାସନ

ଖୋର୍ଦ୍ଧା: କରୋନା ରୋଗ ଯେଭଳି ଗୋଷ୍ଠୀ ସଂକ୍ରମିତ ନ ହୁଏ, ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ରଜ ଉତ୍ସବରେ ସମୟରେ ଜିଲ୍ଲାର ବରୁଣେଇ ଓ ଉଗ୍ରତାରାଙ୍କ ପୀଠରେ ଜନ ସମାଗମ ନ ହେବା ପାଇଁ ୧୪ ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି ।
କରୋନା ସଂକ୍ରମଣକୁ ଏଡାଇବା ପାଇଁ ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ପଦକ୍ଷେପ ସ୍ବରୂପ ରାଜରାସ୍ତାରେ ଲୋକଙ୍କ ଖୋଲାରେ ଖାଇବା ଉପରେ କଟକଣା ଜାରି ହୋଇଛି । କେବଳ ପାର୍ସଲ ନେଇପାରିବେ । ଖୋର୍ଦ୍ଧା ଉପଖଣ୍ଡରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଫାଷ୍ଟଫୁଡ, ଜଳଖିଆ,ଗୁପଚୁପ, ଚାଟ,ଦହିବରା ଆଳୁଦମ, ବ୍ୟବସାୟୀଙ୍କୁ ଏନେଇ ସତର୍କ କରିଦିଆଯାଇଛି । କୋଭିଡ ନିୟମ ଅନୁଯାୟୀ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରଖି ବ୍ୟବସାୟୀମାନେ କେବଳ ପାର୍ସଲ ଦେବେ ।
ଦୋକାନ ନିକଟରେ ଗ୍ରାହକମାନେ ଛିଡ଼ା ହୋଇ ଖାଉଥିବାର ନଜର ଆସିଲେ ଆଇନ ଅନୁଯାୟୀ ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ଜରିମାନା ଆଦାୟ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ରଜ ମହୋତ୍ସବ ଫିକା ପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର