ଭୁବନେଶ୍ବର: ଏମ୍ପ୍ରିଓ କିଆ ପ୍ରିମିୟମର ପଟିଆ ସୋରୁମ୍‌ରେ ନୂଆ କିଆ ସେଲଟୋସ୍‌କୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ ଏମ୍ପ୍ରିଓ କିଆର ସିଇଓ ସନ୍ଦୀପ ଓଝା, ଏମ୍ପ୍ରିଓ ଏମଜିର ସିଇଓ ପାର୍ଥସାରଥୀ ଗୁରୁ, ରି-ୱାୟାରରୁ ଅପୂର୍ବା ରୀତ, ସ୍କୋଡାର ଜିଏମ୍‌ ରଘୁବୀର ବର୍ମା ଏବଂ ରି-ୱାୟାରର ସିଇଓ ମହମ୍ମଦ ଅଜହର ଅତିଥି ଭାବେ ଯୋଗଦେଇଥିଲେ। ଏମ୍ପ୍ରିଓ କିଆର ବିଜନେସ୍ ଡେଭଲପମେଣ୍ଟ ମ୍ୟାନେଜର ଅବିନାଶ ମଣ୍ଡଳ ମଧ୍ୟ ଉପସ୍ଥିତ ଥିଲେ।

Advertisment

ନୂଆ କିଆ ସେଲଟୋସ୍‌ର ଏଲ୍ଇ‌ଡି ପ୍ରୋଜେକ୍ଟର ହେଡ୍‌ଲ୍ୟାମ୍ପ୍‌, ଡାଇନାମିକ ୱେଲ୍‌କମ୍‌ ଲାଇଟ୍, ଆକର୍ଷଣୀୟ ସାମ୍ନା ପାର୍ଶ୍ବ ଏହାକୁ ସ୍ବତନ୍ତ୍ର କରିଛି। ପେଟ୍ରୋଲ, ଟର୍ବୋ ପେଟ୍ରୋଲ ଏବଂ ଟର୍ବୋ ଡିଜେଲ ଇଞ୍ଜିନ୍ ବିକଳ୍ପ ସହିତ ଏକାଧିକ ଟ୍ରାନ୍ସମିସନ ଚୟନର କରିବାର ସୁବିଧା ରହିଛି। ଏଥିରେ ଚଉଡ଼ା ପାନୋରାମିକ୍‌ ଡିସ୍‌ପ୍ଲେ ସହ ଅନେକ ଆରାମଦାୟକ ସୁବିଧାସୁଯୋଗ ମଧ୍ୟ ରହିଛି। ଏହାର ସ୍ପୋର୍ଟି ଆଲୟ ହୁଇଲ୍‌, ଅଟୋ-ଫୋଲ୍‌ଡିଂ ମିରର୍, ଫ୍ଲସ୍‌ ଡୋର୍‌ ହ୍ୟାଣ୍ଡେଲ୍‌ ଏବଂ ରୁଫ୍ ରାକ୍ ଏସୟୁଭିର ଆକର୍ଷଣକୁ ଆହୁରି ବଢ଼ାଇଛି। ପଛ ପାର୍ଶ୍ୱରେ ଥିବା ଷ୍ଟାଇଲିସ୍‌ ଏଲ୍ଇ‌ଡି ଟେଲ୍ ଲ୍ୟାମ୍ପ, ରିୟର୍‌ ୱାଇପର୍‌ ଏବଂ ଏକ ବୃହତ୍‌ ବୁଟ୍ ସ୍ପେସ୍, ରାତ୍ରି କାଳୀନ ଗାଡ଼ିଚାଳନା ଏବଂ ଦୂର ଯାତ୍ରା ପାଇଁ ସୁବିଧା, ସୁରକ୍ଷା ଓ ଆତ୍ମବିଶ୍ୱାସ ପ୍ରଦାନ କରିବ।