ପୁରୁଣା ଭୁବନେଶ୍ବରରେ ଚାଞ୍ଚଲ୍ୟ, ଖଣ୍ଡା ଦେଖାଇ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ

ପୁରୁଣା ଭୁବନେଶ୍ବର: ଭୁବନେଶ୍ବରରେ ଜଣେ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ କରାଯାଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ହାଇଟେକ୍ ପ୍ଲାଜାର ସିକ୍ୟୁରିଟି ସୁପରଭାଇଜର କୈବଲ୍ୟ ପଟ୍ଟନାୟକଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କର ଅଭିଯୋଗ ମୁତାବକ ଆଜି ଭୋର ସାଢେ ୬ଟା ବେଳେ ଜଣେ ଯୁବକ କୈବଲ୍ୟ ପଟ୍ଟନାୟକଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଓ ଖଣ୍ଡା ଦେଖାଇ ତାଙ୍କୁ ଅପହରଣ କରି ନେଇଥିଲେ।

ଉକ୍ତ ଅପହରଣକାରୀ ଗତକାଲି ବିଳମ୍ବିତ ରାତିରେ ହାଇଟେକ୍ ପ୍ଲାଜା ଭିତରକୁ ଜୋର ଜବରଦସ୍ତ ପଶିବାକୁ ଚେଷ୍ଟା କରିଥିଲେ। ଏଥିନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ସେହି ସମୟରେ ପ୍ଲାଜାରେ ରହୁଥିବା କେତେକ ଲୋକ ବି ଉଠି ଆସିଥିଲେ। ଏହାପରେ ଉକ୍ତ ଯୁବକ ସ୍ଥାନ ଛାଡ଼ି ଚାଲିଯାଇଥିଲେ। ହେଲେ ଆଜି ସକାଳେ ପ୍ରତିଶୋଧପରାୟଣ ହୋଇ ସେ କୈବଲ୍ୟ ପଟ୍ଟନାୟକଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଓ ଖଣ୍ଡା ଦେଖାଇ ତାଙ୍କୁ ଅପହରଣ କରି ନେଇଥିଲେ।

ତେବେ ଅପହରଣର କିଛି ସମୟ ପରେ କୈବଲ୍ୟ ପଟ୍ଟନାୟକଙ୍କୁ ଅପହରଣକାରୀ ଛାଡ଼ି ଦେଇଥିବା ନେଇ ଏୟାରଫିଲ୍ଡ ଥାନା ଆଇଆଇସି ଜ୍ଞାନେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର