ଭୁବନେଶ୍ୱରରୁ ଅପହୃତା ନାବାଳିକା ସୋନପୁରରୁ ଉଦ୍ଧାର

ସୋନପୁର : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବିଡିଏ କୋଲୋନିର ଜଣେ ନାବାଳିକା ଅପହରଣ ହୋଇଥିଲେ। ଏ ସମ୍ପର୍କରେ ଚନ୍ଦ୍ରଶେଖପୁର ଥାନାରେ ଗତ ୧୫ ତାରିଖ ଦିନ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଭୁବନେଶ୍ବର ପୁଲିସ ରବିବାର ସୋନପୁର ପୁଲିସର ସହାୟତାରେ ସୋନପୁର ଏମଏଲଏ ପଡାର ବଣ୍ଟି ଛତ୍ରିଆଙ୍କ ଘରୁ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ବଣ୍ଟି ଛତ୍ରିଆକୁ ଗିରଫ କରି ଭୁବନେଶ୍ୱର ନେଇଯାଇଛି।

ସମ୍ବନ୍ଧିତ ଖବର