ତରଭା : ଏକତରଫା ପ୍ରେମରେ ପାଗଳ ହୋଇ ଯୁବତୀଙ୍କୁ ଅପହରଣ କରିବା ଘଟଣାରେ ଯୁବକ ଗିରଫ ହୋଇଛି। ସୂଚନାନୁସାରେ ମାର୍ଚ୍ଚ ୭ ତାରିଖ ତରଭା ଥାନା ଅନ୍ତର୍ଗତ ବେହେରାମୁହାଣ ଗ୍ରାମର ଜଣେ ୨୨ ବର୍ଷୀୟା ଝିଅ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା। ସେହି ଝିଅର ମାର୍ଚ୍ଚ ୯ ତାରିଖ ବିବାହ ଠିକ୍‌ ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ତାଙ୍କୁ କିଛି ଯୁବକ ଅପହରଣ କରିଥିଲେ।

Advertisment

ଅଭିଯୋଗରୁ ଜଣାଯଇଛି ଯେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ମନହିରା ଉକ୍ତ ଝିଅକୁ ଏକ ତରଫା ଭଲ ପାଉଥିଲା। କିନ୍ତୁ ଝିଅର ପରିବାର ଲୋକେ ପ୍ରକାଶକୁ ନାପସନ୍ଦ କରିବାରୁ ସେ ଅପହରଣ ପାଇଁ ଯୋଜନା କରି ସଫଳ ହୋଇଥିଲା। ଏନେଇ ତରଭା ଥାନାରେ ଏକ ମାମଲା ରୁଜୁ ହେବା ପରେ ତରଭା ଥାନା ଅଧିକାରୀ ଡୋଲାମଣି ଭୋଇଙ୍କ ନେତୃତ୍ବରେ ଝିଅକୁ ଉଦ୍ଧାର କରାଯାଇ ଅଭିଯୁକ୍ତ ପ୍ରକାଶ ଓ ସହଯୋଗୀ ଲଳିତ ବନଛୋରକୁ ଗିରଫ କରାଯାଇଛି।