କଟକ : ଅପହୃତା ନାବାଳିକା ଉଦ୍ଧାର ପାଇଁ ହାଇକୋର୍ଟରେ ହେବିୟସ କର୍ପସ ପିଟିସନ୍ ଦାଖଲ ହୋଇଛି। ନାବାଳିକାର ବାପା ଟୁଟୁ ଚିନ୍ନାରା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ଦର୍ଶାଇଛନ୍ତି ଯେ ତାଙ୍କ ଦଶମ ଶ୍ରେଣୀରେ ପଢୁଥିବା ଝିଅ ୨୦୧୯, ଜାନୁଆରି ୫ ତାରିଖ ଦିନ ସ୍କୁଲ ଯାଇ ଆଉ ଫେରି ନଥିଲା। ନାବାଳିକାକୁ ଆନନ୍ଦପୁର ଅଞ୍ଚଳର ଜଣେ ବ୍ୟକ୍ତି ଅପହରଣ କରି ନେଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଘଟଗାଁ ଥାନାରେ ଜାନୁଆରି ୬ ତାରିଖରେ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା। ପୀଡ଼ିତାଙ୍କ ପରିବାର ସଦସ୍ୟ କେନ୍ଦୁଝର ଏସପିଙ୍କ ନିକଟରେ ଅଭିଯୋଗ କରିବା ପରେ ଜାନୁଆରି ୯ ତାରିଖ ଦିନ ପୁଲିସ ଆଇପିସିର ଦଫା ୩୬୩ରେ ଏକ ମାମଲା ଦାୟର କରିଥିଲା। କିନ୍ତୁ ପୀଡ଼ିତାଙ୍କୁ ଉଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଏପରି ପରିସ୍ଥିତିରେ ନାବାଳିକାର ପରିବାର ପକ୍ଷରୁ ହାଇକୋର୍ଟରେ ହେବିୟସ କର୍ପସ ପିଟିସନ ଦାଖଲ କରାଯାଇଛି। ମାମଲାରେ ଗୃହ ସଚିବ, କେନ୍ଦୁଝର ଏସ୍ପି ଓ ଘଟଗାଁ ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଅପହୃତା ନାବାଳିକା ଉଦ୍ଧାର ପାଇଁ ହାଇକୋର୍ଟରେ ମାମଲା
/sambad/media/post_attachments/wp-content/uploads/2019/01/ohc-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)