ଦେବଗଡ଼ : ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ଖଣ୍ଡାଧୂଆଁ ଗ୍ରାମରେ ବଳି ଦେବାପାଇଁ ଜଣେ ୬ ବର୍ଷର ନାବାଳକକୁ ଅପହରଣ କରିଥିବା ଅଭଯୋଗ ହୋଇଛି। ନାବାଳକ ଜଣକ କୌଶଳ କ୍ରମେ ଖସି ଆସିଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ, ସେହି ଗାଁର ନିରଞ୍ଜନ ବେହେରା, ତାଙ୍କ ସ୍ତ୍ରୀ ବନିତା ବେହେରା ଓ ପୂଜକ ତ୍ରିନାଥ ବେହେରା। ଆଜିର ଏହି ଘଟଣାକୁ ନେଇ ଜିଲ୍ଲାବ୍ୟାପୀ ଚର୍ଚ୍ଚା ଲାଗିରହିଛି।
ସୂଚନା ଅନୁଯାୟୀ, ଖଣ୍ଡାଧୂଆଁ ଗ୍ରାମର ରାଜୁ ନାୟକଙ୍କ ସ୍ତ୍ରୀ ୬ ବର୍ଷର ପୁଅକୁ ଧରି ଗ୍ରାମ ନିକଟରେ ଥିବା ଏକ ନାଳକୁ ଯାଇଥିଲେ। ନାଳ ଉପରେ ପୁଅକୁ ଛାଡ଼ି ମା’ ଶୌଚ ପାଇଁ ଯାଇ ଫେରିଲା ପରେ ନିଜ ପୁଅକୁ ପାଇନଥିଲେ। ଖୋଜାଖୋଜି କରି ନିରାଶ ହେବାପରେ ସେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଖୋଜାଖୋଜି କରୁଥିବା ବେଳେ କିଛିସମୟ ପରେ ନାବାଳକ ଜଣକ କାନ୍ଦି କାନ୍ଦି ଆସୁଥିବା ଦେଖିବାକୁ ପାଇଥିଲେ। ନାବାଳକ ସମସ୍ତ ଘଟଣା ଗ୍ରାମବାସୀଙ୍କୁ କହିଥିଲା। ନାବାଳକଙ୍କ ପାଟି ବନ୍ଦ କରି ଅପହରଣ କରାଯାଇଥିବା ବେଳେ ସେ ଜୋର୍ରେ କାନ୍ଦିବାରୁ ଅପହରଣକାରୀ ତାକୁ ଛାଡ଼ି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
/sambad/media/post_attachments/wp-content/uploads/2022/11/bali3-652x430.jpg)
ତେବେ, ନାବାଳକଠାରୁ ସମସ୍ତ କଥା ଶୁଣିବା ପରେ ଗ୍ରାମବାସୀମାନେ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି କରିଥିଲେ। ଏହିସମୟରେ ଖଣ୍ଡାଧୂଆଁ ଗ୍ରାମର ଏକ ସ୍ଥାନରେ ଏକ ୪ ଫୁଟ୍ର ଗାତ ଖୋଳା ଯାଇ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ପାଇଥିଲେ। ପୁଲିସର କହିବା ଅନୁସାରେ ନିରଞ୍ଜନଙ୍କ ସ୍ତ୍ରୀ ବନିତାଙ୍କୁ ଶ୍ରାବଣ ମାସରେ ଉକ୍ତ ସ୍ଥାନରେ ମହାଦେବ ଦର୍ଶନ ମିଳିବାର ସ୍ୱପ୍ନାଦେଶ ହୋଇଥିଲା। ସେହିଦିନ ଠାରୁ ବନିତାଙ୍କ ପରିବାର ସେଠାରେ ପୂଜାର୍ଚ୍ଚନା କରୁଥିଲେ ହେଁ ମହାଦେବଙ୍କ ଦର୍ଶନ ପାଇନଥିଲେ। ଫଳରେ ମହାଦେବଙ୍କ ଦର୍ଶନ ପାଇଁ ଗୁଣିଗାରେଡ଼ି କରୁଥିବା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ରାଇପାଲ ଗ୍ରାମର ତ୍ରିନାଥ ବେହେରାଙ୍କ ପରାମର୍ଶ କ୍ରମେ ନରବଳି ପାଇଁ ଯୋଜନା ହୋଇଥିଲା। ଫଳରେ ନରବଳି ଉଦ୍ଦେଶ୍ୟରେ ନାବାଳକଙ୍କୁ ଅପହରଣ କରାଯାଇଥିଲେ ହେଁ ଏଥିରେ ସେମାନେ ସଫଳ ହୋଇନଥିଲେ।
ଏ ବାବଦରେ ଅଭିଯୋଗ ପରେ ଦେବଗଡ଼ ଥାନା ପୁଲିସ ପୂଜକ ତ୍ରିନାଥ, ନିରଞ୍ଜନ ଓ ତାଙ୍କୁ ସ୍ତ୍ରୀ ବନିତାଙ୍କୁ ଆଣି ପଚରାଉଚରା କରିଥିଲା। ପ୍ରାଥମିକ ତଦନ୍ତ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୁରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/bali.jpg)
