ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି ଥାନା ବହୁବସା ଗ୍ରାମର ଧୀରେନ ବଗର୍ତ୍ତୀ ନାମକ ଜଣେ ଯୁବକଙ୍କୁ ନାବାଳିକା ଅପହରଣ ଅଭିଯୋଗରେ ଡୁଙ୍ଗୁରିପାଲି ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାଯୋଗ୍ୟ, ବହୁବସା ଗାଁର ଧୀରେନ ଗତବର୍ଷ ଡିସେମ୍ବର ମାସରେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିଥିଲେ।
ଏନେଇ ଅପହୃତା ନାବାଳିକାଙ୍କ ପରିବାର ଲୋକେ ଡୁଙ୍ଗୁରିପାଲି ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଧୀରେନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/arrest.jpeg)