ବିବାହ ପ୍ରଲୋଭନ ଦେଇ ନାବାଳିକାକୁ ଅପହରଣ, ଅଭିଯୁକ୍ତ କୋର୍ଟଚାଲାଣ

ଭବାନୀପାଟଣା: କୋକସରା ଥାନାଞ୍ଚଳର ଜଣେ ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ କରିଥିବା ଅଭିଯୋଗରେ ପୁଲିସ୍ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଏଥିସହ ଆନ୍ଧ୍ରପ୍ରଦେଶ ରାଜ୍ୟର ୱେଷ୍ଟ ଗୋଦାବରି ଏଲୁରରୁ ନାବାଳିକାକୁ ଉଦ୍ଧାର କରାଯାଇଛି।

ସୂଚନାମତେ, କୋକସରା ଥାନା ଲଡୁଗାଁର ବାଲେଶ୍ବର ବାଗ (୨୬) ସେହି ଥାନାଞ୍ଚଳର ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସାଇଥିଲା। ବିବାହ ପ୍ରଲୋଭନ ଦେଖାଇ ୨୭.୪.୨୨ରେ ଅପହରଣ କରି ଆନ୍ଧ୍ରପ୍ରଦେଶ ନେଇ ସେଠାରେ ରଖିଥିଲା। ଏନେଇ ସଂପୃକ୍ତ ନାବାଳିକାର ବାପା ୨୯.୪.୨୨ରେ କୋକସରା ଥାନାରେ ଅଭିଯୋଗ କରିଥିଲେ। କୋକସରା ପୁଲିସ୍ ଘଟଣାର ତଦନ୍ତ ଜାରି ରଖିବା ସହ ମୋବାଇଲ ଟ୍ରାକିଂ କରି ଗତ ୧୮.୬.୨୨ରେ ହେମନ୍ତ ପାତ୍ରଙ୍କ ନେତୃତ୍ୱରେ ଏଏସ୍‌ଆଇ ମନୋରଞ୍ଜନ ଆଚାର୍ଯ୍ୟ ଓ ମହିଳା କନ୍‌ଷ୍ଟେବଲ୍ ଭୁବନେଶ୍ୱରୀ ମାଝୀ ପ୍ରମୁଖ ଆନ୍ଧ୍ରପ୍ରଦେଶର ଏଲୁରକୁ ଯାଇ ନାବାଳିକାକୁ ଉଦ୍ଧାର କରିବା ସହ ବାଲେଶ୍ବରକୁ ଗିରଫ କରିଥିଲେ। ଏନେଇ ସୋମବାର ଅଭିଯୁକ୍ତ ବାଲେଶ୍ବରକୁ କୋର୍ଟଚାଲାଣ କରିଥିବା ପୁଲିସ୍ ସୂଚନା ଦେଇଛି।

ସମ୍ବନ୍ଧିତ ଖବର