କୋମନା : ନୂଆପଡ଼ା ଜିଲ୍ଲା କୋମନା ଥାନା ଅଞ୍ଚଳରୁ ନାବାଳିକାକୁ ଅପହରଣ ମାମଲାରେ କୋମନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ ଗତ ଗତବର୍ଷ ନଭେମ୍ବର ୧୦ ତାରିଖରେ କୋମନା ଥାନା ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ ହୋଇଥିବା ନେଇ ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଅପହରଣ ହୋଇଥିବା ନାବାଳିକାକୁ ଛତିଶଗଡ଼ ଦେମେତରା ଥାନା ଅଞ୍ଚଳରୁ ପୁଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ପୁଲିସ ରାଜୁ ଓରଫ ଗୋଲୁ ଯାଦବ (୨୩)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ଜ୍ୟୋତି ରଂଜନ ଗଉଡ଼ ପ୍ରକାଶ କରିଛନ୍ତି।