ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ବି.ତୁରୁବୁଡ଼ି ଗ୍ରାମରେ କିଡ୍ନି ରୋଗର ଆତଙ୍କ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି। ଗତ ୨ବର୍ଷ ମଧ୍ୟରେ କିଡ୍ନିଜନିତ ରୋଗରେ ଆକ୍ରାନ୍ତ ହୋଇ ଖଲିଆ ବେହେରା (୫୫), ସନ୍ନ୍ୟାସୀ ରେଡ୍ଡୀ (୫୦), ବନ ରେଡ୍ଡୀ ( ୪୫), ଖଲିଆ ରେଡ୍ଡୀ (୫୭), ଏନ.ଜାଗିଲି (୪୦) ଓ ବାଙ୍କନିଧି ରେଡ୍ଡୀ (୫୦)ଙ୍କ ଭଳି ୨୦ଜଣ ଲୋକ ପ୍ରାଣ ହରାଇଛନ୍ତି। ୫୦ରୁ ଅଧିକ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୨୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଜି ମଧ୍ୟ ଜଣେ ବ୍ୟକ୍ତିଙ୍କ ନମୁନା ପରୀକ୍ଷା ପରେ ତାଙ୍କର କିଡ୍ନିଜନିତ ସମସ୍ୟା ଥିବା ଜଣାପଡ଼ିଛି।
ଦୂଷିତ ଓ ଅପମିଶ୍ରିତ ପାଣି ପାଇଁ ଏଭଳି ସ୍ଥିତି ଉପୁଜିଥିବା ଗ୍ରାମବାସୀ ଆଶଙ୍କା ପ୍ରକଟ କରିଛନ୍ତି। ପ୍ରଥମେ ପେଟରେ ଯନ୍ତ୍ରଣା ହେଉଥିବା ବେଳେ ପରବର୍ତ୍ତୀ ସମୟରେ ପରୀକ୍ଷାନିରୀକ୍ଷା ବେଳେ ଏହା କିଡ୍ନିଜନିତ ରୋଗ ବୋଲି ଜଣାପଡ଼ୁଛି। ପ୍ରଥମେ ଏହି ରୋଗ ବ୍ୟାପିବା ପରେ ଗ୍ରାମବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଆସି ଅନୁଧ୍ୟାନ କରି ଯାଇଥିଲେ। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଗଲାନି। ସରପଞ୍ଚ ଲିଙ୍ଗରାଜ ଦୋରା କହିଛନ୍ତି, ଦୁଇବର୍ଷ ହେଲା ଗାଁରେ ଏହି ରୋଗକୁ ନେଇ ଆତଙ୍କର ବାତାବରଣ ଜାରି ରହିଛି। ଏ ଦିଗରେ ସେ ଜିଲ୍ଲାପାଳ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପାଣିର ନମୁନା ପରୀକ୍ଷା ପାଇଁ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhsfhsfhsfhsf.jpg)