ଭୁବନେଶ୍ବର: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କ ନିବାସ ସାମ୍ନାରେ କିଡ୍ନି ରୋଗୀ ଓ ସେମାନଙ୍କର ସଂପର୍କୀୟମାନେ ସୋମବାରଠାରୁ ଧାରଣା ଦେଇଛନ୍ତି। ରୋଗୀ ଚିକିତ୍ସାରେ ଅସନ୍ତୋଷ ବ୍ୟକ୍ତି କରି ଏମାନେ ଧାରଣା ଦେଇଛନ୍ତି। ରାଜ୍ୟ ସରକାର ସେମାନଙ୍କର ଦାବି ନ ଶୁଣିଲେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଧମକ ଦେଇଛନ୍ତି।
ସଠିକ ଔଷଧ ଏବଂ କିଡ୍ନି ଡାକ୍ତର ଦାବି ନେଇ କିଡନି ରୋଗୀମାନେ ସୋମବାର ଭଳି ମଙ୍ଗଳବାର ଦିନ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ, ଡିସିପି ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କ ଭଲ ମେଡ଼ିସିନ ଯୋଗାଇଦେବା ପ୍ରତିଶ୍ରୁତି ମିଳିବା ପରେ କିଡନି ରୋଗୀମାନେ ଧାରଣରୁ ଉଠିଯାଇଥିଲେ। ମାତ୍ର ଥରେ ଭଲ ମେଡ଼ିସିନ ଦେଇ ପୁଣି ଥରେ ଡୁପ୍ଲିକେଟ ମେଡ଼ିସିନ ଦେବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘର ସମ୍ମୁଖରେ ଗତକାଲି ଠାରୁ ଧାରଣା ଦେଇଛନ୍ତି । ଯଦି ସରକାର ତାଙ୍କ କଥା ନ ଶୁଣନ୍ତି ତେବେ ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।
ଅନ୍ୟପକ୍ଷରେ କିଡ୍ନି ରୋଗୀ ଓ ସେମାନଙ୍କର ସଂପର୍କୀୟ ଦୁଇ ଦିନ ହେଲା ଧାରଣା ଜାରି ରଖିଛନ୍ତି। ଗତକାଲି ଏହି ଧାରଣା ଲାଗି ମନ୍ତ୍ରୀଙ୍କ ଘର ଭିତରୁ କେହି ବି ବାହାରକୁ ଆସିପାରୁ ନଥିଲେ । ସେହିପରି ମନ୍ତ୍ରୀଙ୍କ ନିବାସକୁ ମଧ୍ୟ ଅନ୍ୟମାନେ ଯାଇପାରୁ ନଥିଲେ । ଫଳରେ ପୁଲିସକୁ ମଧ୍ୟ ନାକେଦମ୍ ହେବାକୁ ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/95cc5053-6e47-4556-b972-d9e297e59ece.jpg)