କିଟ୍ ଇଣ୍ଟରନ୍ୟାସ୍‌ନାଲ୍ ସ୍କୁଲ୍ ଅଧ୍ୟକ୍ଷଙ୍କୁ ‘ମହାତ୍ମା ଗାନ୍ଧୀ ଲିଡର୍‌ସିପ୍‌ ସମ୍ମାନ’

ଚନ୍ଦ୍ରଶେଖରପୁର : କିଟ୍ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ର ଅଧ୍ୟକ୍ଷ ଡ. ମୋନାଲିସା ବଳଙ୍କୁ ଏନ୍‌ଆର୍‌ଆଇ ୱେଲଫେୟାର୍ ସୋସାଇଟି, ଇଂଲଣ୍ଡ ଚାପ୍ଟର୍‌ ପକ୍ଷରୁ ସମ୍ମାନଜନକ ମହାତ୍ମା ଗାନ୍ଧୀ ଲିଡର୍‌ସିପ୍‌ ସମ୍ମାନ ପ୍ରଦାନ କରାଯାଇଛି। ଡ. ବଳଙ୍କ ସମେତ ବିଶ୍ବର ୨୫ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଗତ ୧୧ ତାରିଖରେ ଇଂଲଣ୍ଡ ସଂସଦ ହାଉସ୍ ଅଫ୍ କମନ୍‌ସରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ‌‌ରେ ଡ. ବଳ ଏହି ସମ୍ମାନ ଗ୍ରହଣ କରିଥିଲେ। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଏନ୍‌ଆର୍‌ଆଇ ୱେଲ୍‌ଫେୟାର ସୋସାଇଟି ପକ୍ଷରୁ କୁହାଯାଇଛି।

ସୂଚନା ଥାଉକି ଏହି ସମ୍ମାନ ପୂର୍ବରୁ ମଦର ଟେରେସା ଓ ଆଧ୍ୟାତ୍ମିକ ଗୁରୁ ଗୌରଗୋପାଳ ଦାସଙ୍କୁ ପ୍ରଦାନ କରାଯାଇଥିଲା। ଡ. ବଳଙ୍କ ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ଉତ୍ତରରେ ଡ. ବଳ କହିଛନ୍ତି, ଡ. ସାମନ୍ତଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ମାନବିକ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ବ ପ୍ରଦାନ କରିଆସୁଛି। ଯାହା କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ରେ ପ୍ରତିଫଳିତ ହୋଇପାରିଛି।

ସମ୍ବନ୍ଧିତ ଖବର