ଘୁ.ଉଦୟଗିରି: ଜୀବିତ ଥାଇବି ସରକାରୀ ଖାତାରେ ମୃତ। ଫଳରେ ଅସହାୟ ବୃଦ୍ଧ ତଥା କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ କଳିଙ୍ଗା ପଞ୍ଚାୟତ ୧୯ ନମ୍ୱର୍ ୱାର୍ଡ ମାଲାନସୁଗା ଗ୍ରାମର ହରିଶ୍ଚନ୍ଦ୍ର ପ୍ରଧାନ(୭୨) ଏବେ ସମସ୍ତ ସରକାରୀ ଯୋଜନାରୁ ବାଦ୍ ପଡ଼ିଛନ୍ତି। ଏପରିକି ରାସନକାର୍ଡରେ ମିଳୁଥିବା ଚାଉଳ ପାଇବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି।
/sambad/media/post_attachments/wp-content/uploads/2023/09/5sf4h654fs65h465.jpg)
ସୂଚନା ଅନୁସାରେ, ହରିଶ୍ଚନ୍ଦ୍ରଙ୍କ ଅସହାୟତାକୁ ନେଇ କିଛି ଦିନ ତଳେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ତାଙ୍କୁ ରାସନକାର୍ଡ ଯୋଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତେବେ ଜୀବିତ ହରିଶ୍ଚନ୍ଦ୍ର ମୃତ ବୋଲି ସରକାରୀ ରେକର୍ଡରେ ଦେଖିବାକୁ ମିଳିଛି। ଗତ ତିନି ବର୍ଷ ହେଲା ସେ ସରକାରୀ ଯୋଜନାରେ ପ୍ରତିମାସରେ ୫ କିଲୋ ଚାଉଳ ପାଉଥିଲେ। କିନ୍ତୁ ଅସୁସ୍ଥତା କାରଣରୁ ଆଉ ଚାଉଳ ଆଣିବାକୁ ଯାଇପାରିଲେନି। ଫଳରେ ବିଭାଗୀୟ ଅଧିକାରୀମାନେ ତାଙ୍କୁ ମୃତ ବୋଲି ଦର୍ଶାଇଦେଲେ। ଫଳରେ ଗତ କିଛିମାସ ହେଲା ହରିଶ୍ଚନ୍ଦ୍ର ଚାଉଳ ମଧ୍ୟ ପାଉନାହାନ୍ତି। ପୁକୁଲିଙ୍ଗିଆ ୱାର୍ଡ଼ମେମ୍ବର ଏହି ଖବର ପାଇବା ପରେ ହରିଶନ୍ଦ୍ରଙ୍କୁ ନେଇ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଟିକାବାଲି ବ୍ଲକ୍ ପିକରଡି ପଞ୍ଚାୟତର କର୍ମଚାରୀ ଏଭଳି ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବାରୁ ହରିଶ୍ଚନ୍ଦ୍ର ରାସନକାର୍ଡ଼ ଯୋଜନାରୁ ବଞ୍ଚିତ ହୋଇ ରହିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Man-Alive-But-Document-Says-Dies_Thumbnail.jpg)