ଭୁବନେଶ୍ବର: ଗିରଫ ହେଲା କିଲର ଥାର୍ ମାଲିକ ସୋମନାଥ ବେହେରାI ଦୀର୍ଘ ଦିନର ଲୁଚକାଳି ଖେଳ ପରେ ବନ୍ଧା ହେଲା ଅଭିଯୁକ୍ତ I ରାଖି ପୁର୍ଣ୍ଣିମାରେ ମାଆ, ପୁଅ ଓ ଝିଅକୁ ଗାଡ଼ି ଚଢାଇ ଦେବା ପ‌ରେ ଗିରଫ ଡରରେ ଫେରାର ଥିଲା ଅଭିଯୁକ୍ତ। ଏହି ଘଟଣାରେ ପୂର୍ବରୁ ୩ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଖଣ୍ଡଗିରି ପୁଲିସ I ଏବେ ଅନେକ ଦିନର ସନ୍ଧାନ ପରେ ପୁଲିସ ଥାର୍ ମାଲିକକୁ ଗିରଫ କରିବାରେ ସଫଳ ହୋଇଛି। ଘଟଣାଟି ପାତ୍ରପଡାରେ ଘଟିଥିଲା ଯେତେବେଳେ ମହିଳାଜଣଙ୍କ ନିଜ ପୁଅ ଓ ଝିଅକୁ ନେଇ ରାସ୍ତା ପାର୍ କରୁଥିଲେ।

Advertisment

ମିଳିଥିବା ସୂଚନା ମୁତାବକ, ଫେରାର ଥିବା ବେଳେ ପୁରୀରୁ ଅଭିଯୁକ୍ତଜଣଙ୍କୁ ଗିରଫ କରାଯାଇଛି । ୯ ଅଗଷ୍ଟ ରାଖି ପୁର୍ଣ୍ଣିମା ରାତିରେ ଘଟିଥିଲା ଛାଟିଥରା ଦୁର୍ଘଟଣା । ସ୍କର୍ପିଓ ଓ ଥାର୍ ଗାଡି ରେସିଂ କରୁଥିବା ବେଳେ ବଳି ପଡ଼ିଯାଇଥିଲେ ୩ଜଣ। ମୃତକମାନେ ଥିଲେ ମା’ ରେବତୀ ରାଉଳ ଓ ୮ ବର୍ଷୀୟ ଝିଅ ରେଶମା ରାଉଳ। ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ରେଶମାଙ୍କ ମୃତ୍ୟୁ ହୋଇଥିବା ବେଳେ ରେବତୀ ଓ ତାଙ୍କ ପୁଅକୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାର ସପ୍ତାହ ପରେ ରେବତୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ପ୍ରବଳ ତୁମ୍ବିତୋଫାନ ହୋଇଥିଲା । ରାସ୍ତାରୋକ କରିଥିଲେ ପାତ୍ରପଡା ଓ ଫୁଲେଶ୍ୱରୀ ବସ୍ତି ଲୋକେ। ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଓ ଥାରକୁ ପୂର୍ବରୁ ଜବତ କରାଯାଇ ଅନ୍ୟ ୩ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ । ଏପରିକି ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ସସପେଣ୍ଡ କରାଯାଇଥିଲା।