ଯାଜପୁର/ଯଖପୁରା: ଯାଜପୁର ଜିଲ୍ଲା ଯଖପୁରା କଳିଙ୍ଗନଗର ଇଣ୍ତଷ୍ଟ୍ରିଆଲ କମ୍ପ୍ଲେକ୍ସ ନିକଟରେ ଥିବା କଳିଙ୍ଗନଗର ପାର୍କ ନୂଆରୂପ ପାଇଛି। ଦୁଇଦଶନ୍ଧି ଧରି ଅବହେଳିତ ହୋଇ ପଡ଼ିରହିଥିବା ପାର୍କକୁ ଅଗ୍ରଣୀ ଷ୍ଟିଲ ଉତ୍ପାଦନକାରୀ କମ୍ପାନି ଜେଏସ୍ଡବ୍ଲ୍ୟୁ ନବୀକରଣ କରାଇଛି। ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଏହି ପାର୍କକୁ ଆଜି ବୁଲି ଦେଖିଛନ୍ତି। ପାକର୍ର ସୌନ୍ଦର୍ଯ୍ୟ ଫେରାଇ ଆଣିଥିବାରୁ ଜେଏସ୍ଡବ୍ଲ୍ୟୁର ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମ (ସିଏସ୍ଆର୍)କୁ ସେ ପ୍ରଶଂସା କରିଥିଲେ। ଏହାପରେ ସେ ଯଖପୁରାଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିସର ବୁଲିଥିଲ। ସେଠାରେ କଂପାନି ପକ୍ଷରୁ ମାର୍ବଲ ଫ୍ଲୋରିଂ କାର୍ଯ୍ୟକୁ ଦେଖିଥିଲେ।
ଅଣ୍ତରଗ୍ରାଉଣ୍ତ ସ୍ଲରି ପାଇପଲାଇନ୍ ବିଛାଇବା ପରେ ଜେଏସ୍ଡବ୍ଲ୍ୟୁ ଉକ୍ତ ପାର୍କର ନବୀକରଣ ଦାୟିତ୍ବ ନେଇ ତାହାକୁ ସବୁଜ ଆକର୍ଷଣସ୍ଥଳ ଭାବେ ପ୍ରସ୍ତୁତ କରିଛି। ପାର୍କରେ ସୁନ୍ଦର ଲନ୍, ପ୍ରବେଶପଥ, ଫୁଟ୍ପାଥ୍ ଓ ବେଞ୍ଚ ନିର୍ମାଣ କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛ। ଜେଏସ୍ଡବ୍ଲୁ ଷ୍ଟଲି ଓଡ଼ିଶା ପ୍ରକଳ୍ପ ମୁଖ୍ୟ ଅଶେଷ କୁମାର ପାଢ଼ୀ, ସ୍ଲରି ପାଇପ୍ଲାଇନ ଆସୋସିଏଟ ଭାଇସ୍ ପ୍ରେସିଡେଣ୍ଟ ସୁଦୀପ ଦେ ଓ ଅନ୍ୟ ଅଧିକାରୀଙ୍କ ସମେତ ଯଖପୁରା ସରପଞ୍ଚ ରାଜା ସାମଲ, ବରିଷ୍ଠ ନେତା ଦିଲୀପ ନାୟକ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/20-13.jpg)
