ଭୁବନେଶ୍ବର: ବୟାନ ବାଜି କରୁଥିବା ବରିଷ୍ଠଙ୍କୁ ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ ତେରଛା ବାଣ ମାରିଛନ୍ତି। ସେ କହିଛନ୍ତି, ସାର୍ଙ୍କ ଠାରୁ ଆଜି ଅନୁମତି ଅଣାଯାଇଛି। ଏଣିକି ରାଜା ପୁଅ ଆଉ ରାଜା ହେବନି। ଯିଏ ଦକ୍ଷ ସେ ହିଁ ଦାୟିତ୍ୱ ନେବେ।
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ବୁଲା ହେବ। ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ କରାଯିବ। ଇଏ ବିରାଟ ବଡ଼ ଦଳ। ଶକ୍ତିଶାଳୀ ଦଳ। ଦୀର୍ଘ ବର୍ଷ ଧରି ଯେଉଁମାନେ ଯୁବ ଛାତ୍ର ସଂଗଠନ ଭିତରେ ସଂଘର୍ଷ କରି ଆସିଛନ୍ତି ତାଙ୍କ ପାଖରେ ପହଁଚି କି ଆମେ ଚର୍ଚ୍ଚା ଆଲୋଚନା କରିବୁ।
ତାଙ୍କର ଦକ୍ଷତାକୁ ପରଖା ଯିବ। ସେଇମାନଙ୍କୁ ହିଁ ଆଗାମୀ ଦିନରେ ନିଯୁକ୍ତି ଦିଆଯିବ। ସେଇମାନଙ୍କୁ ହିଁ ପଦବି ଦିଆଯିବ । ସେଇମାନଙ୍କ ଜରିଆରେ ଆଗକୁ ସଂଗଠନ ବଢିବ ବୋଲି ଚିନ୍ମୟ ସାହୁ କହିଛନ୍ତି।
chinmaya sahu | Naveen Pattnaik | BJD
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/29/kings-son-will-no-longer-be-king-youth-bjd-president-2025-08-29-21-53-30.jpg)